

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ବର୍ତ୍ତିନୀ ଗ୍ରାମ ପଞ୍ଚାୟତରେ ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ବସନ୍ତ କୁମାର ଦାସଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ବସ ଚିହ୍ନରେ ଭୋଟ ଦେବା ପାଇଁ ଭୋଟର ମାନଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ଖଣ୍ଡୁରୁ ଗ୍ରାମର ପୁର୍ବତନ ପଞ୍ଚାୟତ ସମିତି ଅଧକ୍ଷା ପ୍ରତିନିଧି ବିକ୍ରମ ସାହୁ ଓ ନିମିନା ଗ୍ରାମର ପିତାମ୍ବର ସାହୁଙ୍କ ନେତୃତ୍ୱରେ ଦୁଇ ଗୋଟି ପଞ୍ଚାୟତର ଶତାଧିକ ବିଜେପି କର୍ମୀ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହେଲେ । ଏଥିରେ ବହୁ ବିଜେଡି କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
