ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଏନଏସି ଅଧିନସ୍ଥ ୧ ନଂ ୱାର୍ଡର ରାମଚନ୍ଦ୍ରନଗର ସାହି ରାସ୍ତା ଏବେ ଅଧପନ୍ତରିଆ ହୋଇ ପଡିରହିଛି । ସାହିରେ ପ୍ରାୟ ୪୦ରୁ ଉଦ୍ଧ୍ୱର୍ ଘର ରହିଥିବା ବେଳେ ଉକ୍ତ ସାହିର ସିମେଣ୍ଟ କଂକ୍ରିଟ୍ ରାସ୍ତା ଅଧପନ୍ତରିଆ ହୋଇ ପଡିରହିଛି । ସମ୍ପ୍ରତ୍ତି ଏନଏସିର ପ୍ରତ୍ୟେକ ସାହି ଗଳିକୁ ଲିମେଣ୍ଟ୍ କଂକ୍ରିଟ୍ ରାସ୍ତା ନିର୍ମାଣ କରିବା ପାଇଁ ପୂର୍ତ୍ତବିଭାଗ ପକ୍ଷରୁ ଅର୍ଥ ଅନୁମୋଦନ ହୋଇ ଟେଣ୍ଡର ହୋଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁରହିଛି । ନିର୍ବାଚନ ଆଚରଣ ବିଧି ଯୋଗୁଁ କିଛି ସ୍ଥାନରେ ରାସ୍ତା ନିର୍ମାଣ କାର୍ଯ୍ୟ ସ୍ଥଗିତ ହୋଇରହିଥିଲା । ପରବର୍ତ୍ତୀ ସମୟରେ ପୁନଶ୍ଚ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ହେଲେ ଅଦ୍ୟାବଧି ରାମଚନ୍ଦ୍ରନଗରକୁ ସଂଯୋଗ କରିବା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇନାହିଁ । ପୂର୍ତ୍ତ ବିଭାଗ ରାସ୍ତା ଠାରୁ ରାମଚନ୍ଦ୍ରନଗର ସମ୍ପୂର୍ଣ୍ଣ ସିମେଣ୍ଟ କଂକ୍ରିଟ୍ ରାସ୍ତା ପାଇଁ ଟେଣ୍ଡର ହୋଇସାରିଥିବା ବେଳ କେବଳ ଠିକାଦାରଙ୍କ ମନମୁତାବକ କାର୍ଯ୍ୟ ଯୋଗୁଁ ସାହି ବାସିନ୍ଦା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ବର୍ଷା ଦିନ ପୂର୍ବରୁ ସମସ୍ତ ସାହି ଗଳି ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ଏବେ ଲୋକେ ହଇରାଣ ହରକତର ସମ୍ମୁଖୀନ ହେଉଥିବା ପ୍ରକାଶ ପାଇଛି । ସେହିପରି ରାସ୍ତାରେ ଯାତାୟତ ସମୟରେ ସାମାନ୍ୟ ତମ ଅସାବଧାନତା ହେଲେ ଖଣ୍ଡିଆ ଖାବରାର ଶୀକାର ହେଉଥିବା ଅଭିଯୋଗ ହୋଇଛି । ପୂର୍ତ୍ତ ବିଭାଗ ରାସ୍ତାରୁ ମାତ୍ର ୫୦ ମିଟର ରାସ୍ତା ସିମେଣ୍ଟ କଂକ୍ରିଟ୍ ରାସ୍ତା ହୋଇଥିବା ବେଳେ ବାକି ସବୁ ରାସ୍ତା ମୋରୁମ୍ ମାଟିରେ ଅସମତଳ ରାସ୍ତା ରହିଛି । ଫଳରେ ବର୍ଷା ହେଲେ ସେହି ରାସ୍ତାରେ ଯାତାୟତ କରିବା ସମସ୍ୟା ଉପୁଜୁଛି । ସାହି ବାସିନ୍ଦାଙ୍କୁ ଅନ୍ୟତ୍ର ବିକଳ୍ପ ରାସ୍ତା ନଥିବାରୁ ବର୍ଷା ହେଲେ ସବୁଦିନେ ସମସ୍ୟା ଦେଇ ଗତି କରିବାକୁ ପଡୁଛି ବୋଲି ଅବସରପ୍ରାପ୍ତ ଅଧ୍ୟାପକ ଡ. ଯୁଧିଷ୍ଠିର ସ୍ୱାଇଁ, ଚିତ୍ତରଞ୍ଜନ ଦାସ, ସନ୍ତୋଷ ମହାନ୍ତି, ଉମାଚରଣ ସାହୁ, ଲକ୍ଷ୍ମୀନାରାୟଣ ପଣ୍ଡା, ସନ୍ତୋଷ ପାଣିଗ୍ରାହୀ, ସ୍ୱତିକ୍ ପ୍ରସାଦ ବାଡତ୍ୟା ପ୍ରମୁଖ ସାହି ବାସିନ୍ଦା କହିଛନ୍ତି । ରାସ୍ତା ସମସ୍ୟା ନେଇ ଏନଏସି, ପୂର୍ତ୍ତବିଭାଗ ଠାରୁ ସମସ୍ତଙ୍କୁ ଅଭିଯୋଗ କରିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳିନଥିବା ସେମାନେ କହିଛନ୍ତି । ଅନ୍ୟପକ୍ଷରେ ଖୁବ୍ ଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ବୋଲି ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବାବୁଲିଚାନ୍ଦ ଗୌଡ କହିଛନ୍ତି ।
ବ ର୍ାହୀ ଯନ୍ତ୍ରୀ ବାବୁଲିଚାନ୍ଦ ଗୌଡ କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା