

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦିଗପହଣ୍ଡି କୋରେଇଶୁଣି ମନ୍ଦିର ନିକଟରେ ବୃଦ୍ଧଙ୍କ ପଛ ପଟୁ ଧକ୍କା ଦେଲା ଦିଲଖୁସ ବସ ।ଘଟଣା ସ୍ଥଳରେ ବୃଦ୍ଧ ନାରାୟଣପୁର ବିଷ୍ଣୁ ଦଳ ବେହେରାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦିଲଖୁସ ବସ ବ୍ରହ୍ମପୁରରୁ ଦିଗପହଣ୍ଡି ଅଭିମୁଖେ ଯାଉଥିବା ବେଳେ ବିଷ୍ଣୁ ବିଲରୁ ବାହାରି ଗାଁ ଅଭିମୁଖେ ଆସିଲା ବେଳେ ରାସ୍ତାରେ ପଛପଟୁ ବସ ଧକ୍କା ଦେଇଛି । ଘଟଣା ସ୍ଥଳରେ ବିଷ୍ଣୁ ଦଳ ବେହେରାଙ୍କ ମୃତ୍ୟ ଘଟିଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚିନଥିବା ବେଳେ ସ୍ଥାନୀୟ ଲୋକେ ମୃତ ଶରୀର ସହ ରାସ୍ତା ରୋକ କରିଛନ୍ତି ଫଳରେ ଦିଗପହଣ୍ଡି ବ୍ରହ୍ମପୁର ରାସ୍ତା ସମ୍ପୂର୍ଣ ବନ୍ଦ ହେବା ସହ ବହୁ ଗାଡି ରାସ୍ତାରେ ଠିଆ ହୋଇରହିଥିବା ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
