
ଜଳେଶ୍ଵର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବରୁଣଗଡ଼ିଆ ଜାତୀୟ ରାଜପଥ ନିକଟରେ ସଡ଼କ ଦୁର୍ଘଟଣାରେ ଖୋର୍ଦ୍ଧା ଅଞ୍ଚଳର ପିକଅପ୍ ଚାଳକ ମୃତ । ସୂଚନା ଅନୁସାରେ ସକାଳ ୭ଟା ସମୟରେ ଖୋର୍ଦ୍ଧାରୁ ପଶ୍ଚିମବଙ୍ଗକୁ ମାଛ ନେଇ ଯାଉଥିବା ଟାଟାଏସି ଗାଡ଼ି ବରୁଣଗଡିଆ ଛକ ନିକଟରେ ଛିଡ଼ା ହୋଇଥିବା ଅଜଣା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଟାଟାଏସି ଗାଡ଼ିର ଡ୍ରାଇଭର ମୃତ୍ୟୁ ବରଣ କରିଥିବା ବେଳେ ଟ୍ରକଟି ଫେରାର ହୋଇଯାଇଛି । ଉପସ୍ଥିତ ଥିବା ପଥଚାରୀ ଓ ବରୁଣଗଡ଼ିଆ ଅଞ୍ଚଳର ଲୋକେ ବସ୍ତା ଥାନା, ବସ୍ତା ଅଗ୍ନିଶମ ବିଭାଗ ଓ ରାଜପଥ କତୃପକ୍ଷକୁ ଖବର ଦେଇଥିଲେ ଅଗ୍ନିଶମ ବିଭାଗ କର୍ମଚାରୀ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକକୁ ଉଦ୍ଧାର କରି ବସ୍ତା ହସ୍ପିଟାଲକୁ ପଠାଇ ତଦନ୍ତ ଜାରି ରହିଥିବା ଜଣାପଡିଛି । ମୃତକ ଜଣକ ଖୋର୍ଦ୍ଧା ଅଞ୍ଚଳର ବୋଲି ଅନୁମାନ କରା ଯାଉ ଥିବା ବେଳେ ପରିଚୟ ଜଣା ପଡ଼ିନାହିଁ ।
ରିପୋର୍ଟ : ଭୂପତି ପରିଡା