ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରଶାସନକୁ ଚେତାବନୀ:ବସ୍ତି ବାସିନ୍ଦାଙ୍କ ପଟା ପ୍ରଦାନ କର ନଚେତ ପୁଣି କରିବୁ ଆନ୍ଦୋଳନ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ବହୁ ବାର ଜମି ଅଧିକାର ପଟା ପାଇବା ବିଷୟରେ ପ୍ରସାଶନକୁ ଜଣାଇଥିଲେ ମଧ୍ୟ ଆଜି ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେଣୁ ଆଜି ଗଜପତି ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କ ସହ ସାକ୍ଷାତ କରି ବସ୍ତି ସୁରକ୍ଷା ମଞ୍ଚ ଓ ବସ୍ତି ବାସିନ୍ଦାଙ୍କ ଜମି ଅଧିକାର ଯୋଜନା ଅନୁଯାୟୀ ସମସ୍ତ ବସ୍ତି ବାସିନ୍ଦାମାନେ କେବେ ପାଇବେ ପଟା ଓ କାହିଁକି ହେଉଛି ବିଳମ୍ବ ଏନେଇ ପ୍ରଶ୍ନ କରିଛନ୍ତି ବସ୍ତି ସୁରକ୍ଷା ମଞ୍ଚ ଆବାହକ ସୁଜିତ ପ୍ରଧାନ । ଗତ ୧୬.୨.୨୦୧୯ ତାରିଖରେ ୧୦୨ଟି ପଟା ବଣ୍ଟନ ହୋଇଥିବା ବେଳେ ସମୁଦାୟ ୮୮୩ଟି ଘର ୮ଟି ବସ୍ତିରେ ସର୍ଭେ ହୋଇ ଥିଲା, ସେଥିମଧ୍ୟରୁ ୨୭୯ ଘର ପ୍ରଥମ ପର୍ଯ୍ୟାୟରେ ପଟା ପଇବାର ତାଲିକାରେ ପ୍ରକାଶ ପାଇଥିଲା କିନ୍ତୁ ଅବଶିଷ୍ଟ ଘର କେଉଁ କାରଣରୁ ପଟା ପାଇ ପାରି ନାହାନ୍ତି ଏବଂ କେଉଁମାନଙ୍କୁ ଅନ୍ୟତ୍ର ଥଇଥାନ ନିମନ୍ତେ ବ୍ୟବସ୍ଥା କରାଯାଇଛି ଏବଂ ତାହାର ତାଲିକା କେବେ ପ୍ରକାଶିତ ହେବ ବୋଲି ମଞ୍ଚ ପ୍ରଶ୍ନ କରିଥିଲେ । ତାହା ପାରଳାଖେମୁଣ୍ଡି ପୌରପରିସଦ କାର୍ଯ୍ୟ ନିର୍ବାହି ଅଧିକାରୀ ଅସୋକ କୁମାର ରାଉତଙ୍କ କହିବା ଅନୁଯାୟୀ ୧୭.୨.୨୦୧୯ ତାରିଖ ଦିନ ବସ୍ତି ବାସିନ୍ଦାଙ୍କ ଜମି ଅଧିକାରକୁ ନେଇ ଯେଉଁ ଶପଥ ପାଠ କରିବାର ବ୍ୟବସ୍ତା ଥିଲା ତାହା କାହିଁକି ପାଳିତ ହୋଇ ପାରିଲା ନାହିଁ ବୋଲି ପ୍ରଶ୍ନ କରିଥିଲେ । ସମସ୍ତ ପ୍ରଶ୍ନକୁ ଭିତ୍ତିକରି ଉପଜିଲ୍ଲାପାଳ କହିଛନ୍ତି ଯଥାଶୀଘ୍ର ପଦକ୍ଷେପ ନିଆଯିବ । କିନ୍ତୁ ବସ୍ତି ସୁରକ୍ଷା ମଞ୍ଚ ଆବାହକ ସୁଜିତ ପ୍ରଧାନ ଅଭିଯୋଗ କରିଛନ୍ତି ଯେ, ବିନା ଆନ୍ଦୋଳନରେ କୋୖଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ପ୍ରଶାସନ । ତେଣୁ ଯଥା ଶୀଘ୍ର ପଦକ୍ଷେପ ନିଅନ୍ତୁ ନଚେତ ପୁଣି ତୀବ୍ର ଆନ୍ଦୋଳନ କରିବୁ ଓ ଆବଶ୍ୟକତା ପଡ଼ିଲେ ରାଜରାସ୍ତାକୁ ମଧ୍ୟ ଓଲ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ୮ବସ୍ତିର ସଭାପତିମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ସୁଜିତ ପ୍ରଧାନ