ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶରେ ଅଣ ବିଜେପି ଓ ଅଣ କଂଗ୍ରେସ ନେତୃବର୍ଗ ଭାରତରେ ଶାସନ ଖସଡା ଠିକା ଭାବେ ପ୍ରସ୍ତୁତ କରୁନଥିବାରୁ ତୃତୀୟ ବିକଳ୍ପର ଆବଶ୍ୟକତା ରହିଛି । ବହୁଜନ କ୍ରାନ୍ତି ମୋର୍ଚ୍ଚା ସମଗ୍ର ଦେଶରେ ଏକ ସଚେତନତା ସୃଷ୍ଟି କରିବାଲାଗି କାଶ୍ମୀର ଠାରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ଏକ ସଚେତନତା ରଥ ପରିକ୍ରମା କରୁଛି । ଏହା ୧୮୦ ଦିନରେ ୧୭ଟି ରାଜ୍ୟର ୧୮୦ ଲୋକ ସଭା ଆସନ ପରିକ୍ରମା କରିବାର ଯୋଜନା ସମ୍ପର୍କରେ ଏହାର ନେତୃତ୍ୱ ନେଉଥିବା ଜିଲା ସଭାପତି ସାଧୁଚରଣ ମଲ୍ଲିକ ଏଠାରେ ପ୍ରକାଶ କରିଛନ୍ତି । ଗତ ନିର୍ବାଚନରେ ଇଭିଏମ୍ ମେସିନ୍ରେ ଘୋଟାଲା କରି ଜନମତ ବିଜେପି ସପକ୍ଷରେ ଯାଇଥିବା ଯୋଗୁଁ ଏପରି ହୀନ କାର୍ଯ୍ୟର ପର୍ଦ୍ଦାଫାସ ହେବା ଉଚିତ ବୋଲି କହିଥିଲେ । ୨୦୧୪ ମସିହାରେ ଇଭିଏମ୍ ମେସିନ୍ର ଭିଭିପାର୍ଟ ନ ଥିବା ବେଳେ ୨୦୧୯ରେ ଭିଭି ପାର୍ଟ ଲଗାଯାଇଥିଲେ ମଧ୍ୟ ବ୍ୟାପକ ଘୋଟାଲା ହୋଇଛି । ଆଦିବାସୀ ହରିଜନ ଓ ପଛୁଆବର୍ଗ ଲୋକଙ୍କୁ ଗୁରୁତ୍ୱ ଦିଆ ଯାଉନଥିବାରୁ ବହୁଜନ ପାର୍ଟି ଏଥିଲାଗି ସଚେତନତା ସୃଷ୍ଟି କରୁଛି । ଆଜି ଏହି ସଚେତନାତା ରଥ ପଶ୍ଚିମବଂଗରୁ ଆସି ଓଡିଶାର ଜଳେଶ୍ୱର ବ୍ଲକ ସମ୍ମୁଖରେ ପହଞ୍ଚିଥିବାରୁ ସଚେତନତା ରଥର ପରାମର୍ଶଦାତା ରମେଶ ଚନ୍ଦ୍ର ଜେନା, ଗାୟନ କୁମାର ସେଠୀ, ନରେନ୍ଦ୍ର ରାଉଳ ପ୍ରମୁଖ ପରିକ୍ରମରା ରଥରେ ଥିବା ଅଭିଯାତ୍ରୀ ଦଳକୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଆୟୋଜିତ ସଭାରେ ଉପରୋକ୍ତ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିବା ବେଳେ ମହିଳା ସଂଘର ସଭାନେତ୍ରୀ କମଳିନୀ ଜେନା ଉଦ୍ଦେଶ୍ୟ ଜ୍ଞାପନ କରି ବହୁଜନ କ୍ରାନ୍ତି ମୋର୍ଚ୍ଚାର ରାଷ୍ଟ୍ରୀୟ ସଂଯୋଜକ ୱାମନ ମେଶ୍ରାମ ସାହେବ ହଠାତ୍ ଅସୁଦ୍ଧ ହେବାରୁ ଜଳେଶ୍ୱର ସଭାରେ ଯୋଗଦେଇପାରିନଥିବା ପ୍ରକାଶ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା