ବହୁଜନ ସମାଜ ପାର୍ଟିରେ ଯୋଗଦେଲେ କୃଷ୍ଣଚନ୍ଦ୍ର ସଗରିଆ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାମାଜିକ ନ୍ୟାୟ ଅଭିଯାନର ଆବାହକ ତଥା ପୂର୍ବତନ କଂଗ୍ରେସ ଦଳର ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ତାଙ୍କ ସମର୍ଥକମାନଙ୍କ ସହ ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି । ଓଡ଼ିଶା ଗସ୍ତରେ ଆସିଥିବା ବିଏସପିର ଓଡ଼ିଶା ପ୍ରଭାରୀ ବୀର ସିଂ ସଂଜୟଙ୍କ ଉପସ୍ଥିତିରେ ସଗରିଆ ଯୋଗଦାନ କରିଛନ୍ତି । ଏହା ପରେ ପରେ ଆମ୍ ଆଦମୀ ପାର୍ଟିର କିଛି କର୍ମୀମାନେ ମଧ୍ୟ ଯୋଗ ଦେଇଛନ୍ତି । ଶ୍ରୀ ସଗରିଆ ଯୋଗ ଦେବା ପରେ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଠି ଲଢ଼ିବେ ସେ ତାଙ୍କ ବିରୁଦ୍ଧରେ ଲଢ଼ିବେ । ପଛୁଆ ବର୍ଗ, ଅନୁସୂଚିତ ଜାତି, ଜନଜାତିକୁ କିଭଳି ଭାବରେ ଶାସକ ଦଳ ପକ୍ଷରୁ ଅବହେଳା କରାଯାଉଛି ସେ ନେଇ ପ୍ରଚାର କରିବେ । ପ୍ରଭାରୀ ଶ୍ରୀ ସଂଜୟ କହିଲେ ଯେ, ଆସନ୍ତା ନିର୍ବାଚନରେ ଓଡ଼ିଶାରେ ସମସ୍ତ ଆସନରେ ତାଙ୍କ ଦଳ ପ୍ରତିଦ୍ୱନ୍ଦିତା କରିବ । ନିର୍ବାଚନ ପ୍ରଚାର ପାଇଁ ରାଷ୍ଟ୍ରୀୟ ସଭାପତି ସୁଶୀ ମାୟାବତୀ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ । ଓଡ଼ିଶାରେ ତାଙ୍କ ଦଳର ଶକ୍ତି ବୃଦ୍ଧି ପାଉଥିବା ତାଙ୍କର ଉପଲବ୍ଧ ହୋଇଛି ବୋଲି ସେ କହିଥିଲେ ।

ରିପୋର୍ଟ : ଆକାଶ ମିଶ୍ର