

ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୯ ଘଣ୍ଟିଆ ସଟଡାଉନ ଘୋଷଣା ହେବା ପରେ ଭଞ୍ଜନଗର ପ୍ରଶାସନ ଓ ପୋଲିସ ପକ୍ଷରୁ ଚେକିଙ୍ଗ ଜୋରଦାର କରାଯାଇ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରାଯାଉଥିବା ଜଣାପଡିଛି । ସେହିପରି ଆଜି ପୋଲିସ ପକ୍ଷରୁ ଥାନା ସମ୍ମୁଖରେ ଚେକିଙ୍ଗ କରାଯାଇ ରାସ୍ତା ଉପରେ ନିୟମ ଉଲଂଘନ କରି ବୁଲୁ ଥିବା ଲୋକ ମାନଙ୍କର ପ୍ରାୟ ଶହେରୁ ଉର୍ଦ୍ଧ୍ଵ ବାଇକ ଜବତ କରାଯାଇ ୩୦୦୦୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ତହସିଲଦାର ଆଲୋକ କୁମାର ପ୍ରଧାନ, ଉପଖଣ୍ଡ ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ଓ ଏନ.ଏ.ସି କର୍ମଚାରୀମାନେ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ରହି ଗାଡି ମୋଟର ତଦାରଖ କରିବା ସହ ୯ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ଆଗାମୀ ଦିନରେ ଏହିପରି ଅମାନିଆ ଧରପଗଡ଼ ଜାରି ରହିବ ବୋଲି କୁହାଯାଇଛି ।
ରିପୋର୍ଟ – ନିଲୁ ବିଷୋୟୀ
