ବାଗୀଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ପାଶ୍ଚାତ୍ୟରେ ସଂସ୍କୃତ ଓ ସଂସ୍କୃତିକୁ ଆଦର ବେଳେ ଭାରତରେ ହତାଦର : ସଚେତନାତେ ଆବଶ୍ୟକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେବଭାଷା ସଂସ୍କୃତ ଓ ବେଦଗୀତାର ସଂସ୍କୃତି ଭାରତବର୍ଷ ଏବେ ସଂସ୍କୃତି ଓ ସଂସ୍କୃତି ଠାରୁ ଦୂରେଇ ଯାଉଥିବା ବେଳେ ପାଶ୍ଚାତ୍ୟ ଦେଶ ଗୁଡିକ ଅଧିକ ଆଦର କରୁଛନ୍ତି । ଭାରତରେ ଏପରି ଅବସ୍ଥା ଆଗାମୀ ଦିନକୁ ଅଧିକ ସାମାଜିକ ବିପଦ ସୃଷ୍ଟି କରିବ ବୋଲି ଏଠାରେ ମତପ୍ରକାଶ ପାଇଛି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶାଳିକୋଠା ଠାରେ ୧୦୯ ବର୍ଷ ପୂର୍ବେ ପ୍ରତିଷ୍ଠିତ ହୋଇଥିବା ସଂସ୍କୃତ ବିଦ୍ୟାଳୟ ଓ ମହାବିଦ୍ୟାଳର ଆଜି ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କଲେଜର ଅଧ୍ୟକ୍ଷ ଡ. ବିବେକାନନ୍ଦ ସାହୁ ଅଧ୍ୟକ୍ଷଡତା କରି ଏହି ମହାବିଦ୍ୟାଳୟ ଅଧିନରେ ଥିବା ସଂସ୍କୃତ ବିଦ୍ୟାଳୟଟିକୁ ବଂଧ କରାଯିବା ଲାଗି ରାଜ୍ୟ ଶିକ୍ଷା ବିଭାଗ ଚିଠି ପଠାଇଥିବାର ପ୍ରକାଶ କରିଥିଲେ । ମୁଖ୍ୟୃ ଅତିଥିଭାବେ ଗୋଷ୍ଠି ଶିକ୍ଷାଧିକାରୀ ବିଜୟ କୁମାର ନାଥ ଯୋଗ ଦେଇ ସଂସ୍କୃତ ଓ ସଂସୃତିର ଅବିନଶ୍ୱର ଏ ଦୁଇଟି ବ୍ୟତିରେକେ ଭାରତୀୟ ସମାଜ ତିଷ୍ଠିତ କଷ୍ଟକର । ପ୍ରତ୍ୟେକ ସଚେତନ ବ୍ୟକ୍ତି ଏହାକୁ ବଂଚାଇ ରଖିବା ଲାଗି ପ୍ରଚେଷ୍ଟା କରିବା ସହିତ ସଂସ୍କୃତ ବିଦ୍ୟାଳୟରେ ଶିକ୍ଷକ ନ ଥିବାରୁ ସେ ଜିଲା ପ୍ରଶାସନ ସହ ଆଲୋଚନା କରି ନିଯୁକ୍ତି ଦେବେ ବୋଲି କହିଥିଲେ । ମୁଖ୍ୟ ବକ୍ତାଭାବେ ଭୁବନେଶ୍ୱର ଇସ୍କନର ପ୍ରବଚକ ସଚ୍ଚିଦାନନ୍ଦ ଦାସ ମହାରାଜ ଯୋଗ ଦେଇ ପାଶ୍ଚାତ୍ୟ ରାଷ୍ଟ ଗୁଡିକ ଜଗନ୍ନାଥ , ବେଦ, ଗୀତା ଆଦିରେ ବିଶ୍ୱାସ ରଖି ଶିକ୍ଷାଦାନ ଦେଉଥିବା ବେଳେ ଭାରତ ଏଥିରୁ ନିବୃତ ହେଉଥିବା ଏପରିକି ସରସ୍ୱତୀ ବନ୍ଦନା ଗାନ କରାନଯିବା ସଂସ୍ୃତ ଓ ସଂସ୍କୃତି ପ୍ରତି ବିପଦ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ସଦସ୍ୟ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ, ଜ୍ଞାନବିକାଶ ଗ୍ରୁପ ଅଫ ଇନିଷ୍ଟିଚ୍ୟୁସନର ମୁଖ୍ୟ ଲେଲିନ୍ କୁମାର ପ୍ରଧାନ, ସିଆର୍ସିସି ସତ୍ୟରଂଜନ ସାହୁ, ସଂସ୍କୃତ ଓ ସଂସ୍କୃତି ନଷ୍ଟ କରାଯିବା ଏକ ଚକ୍ରାନ୍ତ ତଥା ଆଦର୍ଶ ଗୁରୁ ଦ୍ୱାରା ତାହା ସମ୍ଭବ ହୋଇପାରିବ ବୋଲି କହିଥିଲେ । ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ପାତ୍ର ମଂଚ ଆହ୍ନାନ ଓ ବିବରଣୀ ପାଠ କରିଥିବା ବେଳେ ଶ୍ରେଷ୍ଠ ଛାତ୍ରୀଭାବେ ସୁସ୍ମିତା ପ୍ରଧାନ ଓ ଏନ୍ଏସ୍ଏସ୍ର ଶ୍ରେଷ୍ଠ ଛାତ୍ରୀ ଭାବେ ସୁପ୍ରଭା ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅଧ୍ୟାପକ ଚନ୍ଦନ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଏହାକୁ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା