



ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ଓ ସାଧାରଣ ସଭା ମଧ୍ୟରେ ଏଆଇଟିୟୁସି ସର୍ବ ଭାରତୀୟ ସାଧାରଣ ପରିଷଦର ବୈଠକ ବାଙ୍ଗାଲୋରଠାରେ ଗତ ଡିସେମ୍ବର ୨ ଓ ୪ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ୨ ତାରିଖ ଦିନ ୧୧ ଘଣ୍ଟା ସମୟରେ ଶେଷାଦ୍ରୀପୁରମ ରେଲୱେ ଷ୍ଟେସନଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ଫ୍ରିଡମ ପାର୍କଠାରେ ପହଞ୍ଚିବା ପରେ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଶୋଭାଯାତ୍ରାର ଅଗ୍ରଭାଗରେ ଲାଲ ରଙ୍ଗ ଶାଢ଼ୀ ପରିଧାନ କରି ହାତରେ ବାନ୍ଧି ଉଠାଇ ଚାଲିଥିଲେ ଅଙ୍ଗନୱାଡି ମହିଳାମାନେ ସମଗ୍ର ଶୋଭାଯାତ୍ରା ଲାଲ ଶାଢ଼ୀ, ଏଆଇଟିୟୁସି ପତାକାରେ ଛାଲ ହୋଇଯାଇଥିଲା । ପ୍ରାୟ ୨୦ ହଜାର ଶ୍ରମିକମାନଙ୍କର ଏହି ପଟୁଆରରେ ବେଶୀ ସଂଖ୍ୟାରେ ଥିଲେ ମହିଳା । ସଭାରେ କର୍ଣ୍ଣାଟକ ରାଜ୍ୟ ନେତୃତ୍ୱ ସହିତ କେନ୍ଦ୍ର ସଭାପତି କମ୍ରେନ ରମେନ୍ଦ୍ର କୁମାର, ସାଧାରଣ ସମ୍ପାଦକ ଅମରଜିତ କାଉର, କର୍ଣ୍ଣାଟକ କମିଟିର ସଭାପତି କମେଡ ଅନନ୍ତ ସୁବା ରାଓ ଓ ସାଧାରଣ ସମ୍ପାଦକରେ କମ୍ରେଡ ବିଜୟ ଭାସ୍କର ଉପସ୍ଥିତ ଥିଲେ । ଏହି ସଭାର ଅନ୍ୟତମ ଆକର୍ଷଣ ଥିଲେ ଡ଼ବ୍ଲ୍ୟୁଫଟିୟୁର କୋ-ଅର୍ଡିନେଟର । ଦୀର୍ଘ ୨ ଘଣ୍ଟା ବ୍ୟାପୀ ସଭାରେ ଉଦବୋଧନ ଦେଇ କମ୍ରେଡ ଅମରଜିତ କହିଲେ ଯେ ଦେଶ ଏକ ସଙ୍ଗୀନ ପରିସ୍ଥିତି ମଧ୍ୟ ଦେଇ ଯାଉଛି । କେନ୍ଦ୍ର ସରକାରଙ୍କ ଠାରୁ ଶ୍ରମଜୀବୀ ଜନଗଣଙ୍କ ଉପରେ, ସେମାନଙ୍କର ଟ୍ରେଡ଼ ୟୁନିୟନ ଉପରେ ଏବଂ କଠିନ ସଂଗ୍ରାମ ଦ୍ୱାରା ହାସଲ କରିଥିବା ଶ୍ରମ ଅଧିକାର ଉପରେ ହେଉଥିବା ଆକ୍ରମଣ, ଶ୍ରମିକ ବିରୋଧୀ ଓ ମାଲିକ ସପକ୍ଷବାଦୀ ଶ୍ରମ ଆଇନର ବର୍ଗୀକରଣ ଏବଂ ଶ୍ରମ ଆଇନ ଓ ଆଇଏଲଓ କନଭେନସନର ଅବମାନନା ବିରୁଦ୍ଧରେ ନିରବଚ୍ଛିନ୍ନ ସଂଗ୍ରାମ ଜାରି ରଖିଛନ୍ତି ଶ୍ରମିକମାନେ । କେନ୍ଦ୍ରୀୟ ଶ୍ରମିକ ସାଙ୍ଗଠନମାନେ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ମୂଲ୍ୟ ବୃଦ୍ଧି, ନୂତନ ଉତ୍ତମ କାର୍ଯ୍ୟ ସୃଷ୍ଟି, ସର୍ବନିମ୍ନ ମଜୁରି ୧୮ ହଜାର ଟଙ୍କା ଏବଂ ସମସ୍ତଙ୍କୁ ୬୦୦୦ ଟଙ୍କା ପେନସନ ଦେବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଅଂଶ ଧାନ ବିକ୍ରି ବନ୍ଦ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଓ ସବୁମନ୍ତେ ବିଭିନ୍ନ ମାର୍ଗରେ, ଅର୍ଥାତ ଅଂଶଧନ ବିକ୍ରି ଓ ସରକାରୀ ଘରୋଇ ଭାଗିଦାରୀ ମାଧ୍ୟମରେ ଘରୋଇକରଣ, ସମସ୍ତଙ୍କୁ ସାମାଜିକ ସୁରକ୍ଷା ଅନ୍ତର୍ଭୂକ୍ତ କରିବା, ସ୍କିମ ୱାକର୍ସମାନଙ୍କୁ ସରକାରୀ ମାନ୍ୟତା ଦେବା ଇତ୍ୟାଦି ସମ୍ପର୍କରେ ସରକାରଙ୍କୁ ସଠିକ ପ୍ରସ୍ତାବ ଦେଇଥିଲୁ । ଦିଲ୍ଲୀଠାରେ ୨୦୧୭ ମସିହା ନଭେମ୍ବର ୯, ୧୦ ଓ ୧୧ ତାରିଖରେ ମହଧାରଣାରେ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରମିକ ଯୋଗ ଦେଇଥିଲେ । ଏହି ମହାଧାରଣା ପରେ ସ୍କିମ ୱାକର୍ସମାନଙ୍କ ପକ୍ଷରୁ ୧୭ ଜାନୁୟାରୀ ୨୦୧୮ରେ ଦେଶବ୍ୟାପୀ ଧର୍ମଘଟ ହୋଇଥିଲା ଏବଂ ୨୩ ଜାନୁୟାରୀ ଠାରୁ ୨୩ ଫେବୃୟାରୀ ପର୍ଯ୍ୟନ୍ତ ବିଭିନ୍ନ ଦିନ ମାନଙ୍କରେ ବିଭିନ୍ନ ରାଜ୍ୟରେ ସତ୍ୟାଗ୍ରହ ଓ ପ୍ରତିବାଦ ଦିବସ ପାଳନ ହୋଇଥିଲା । ଏସବୁ ସତ୍ତ୍ୱେ କେନ୍ଦ୍ର ସରକାର ସଙ୍ଗଠିତ ଶ୍ରମିକ ଶ୍ରେଣୀର ସଠିକ ଓ ଉଚିତ ଦାବି ଗୁଡିକ ପ୍ରତି କର୍ଣପାତ କରିବା ତା ଦୂରର କଥା ବରଂ ଶ୍ରମିକ, କର୍ମଚାରୀ ଓ ଟ୍ରେନ ୟୁନିୟନମାନଙ୍କ ଅଧିକାର ଉପରେ ଅଧିକ ଅରାକ୍ରମଣ କରିଚାଲିଛନ୍ତି । ସେ ପୁନଶ୍ଚ କହିଲେ ଯେ କର୍ଣ୍ଣାଟକର ଅଙ୍ଗନୱାଡି କର୍ମୀମାନେ ଲଗାତାର ଆନ୍ଦୋଳନ ଜାରି କରିଛନ୍ତି ଏବଂ ଟ୍ରାନ୍ସପୋର୍ଟ ଶ୍ରମିକମାନେ ମଧ୍ୟ ସଂଗ୍ରାମ କରୁଛନ୍ତି । ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ କେନ୍ଦ୍ରର ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ବିଭିନ୍ନ ସେକ୍ଟରର ଶ୍ରମିକମାନେ ନିଜ ନିଜ କ୍ଷେତ୍ରରେ ଆନ୍ଦୋଳନ କରୁଛନ୍ତି । ଏ ସରକାରକୁ ହଟାଇ ଶ୍ରମିକଙ୍କୁ ବଞ୍ଚାଇବା ଓ ଦେଶ ବଞ୍ଚାଇବା ପାଇଁ ଆସନ୍ତା ଜାନୁୟାରୀ ୮ ଓ ୯ ସାଧାରଣ ଧର୍ମଅଘଟକୁ ସଫଳ କରିବାକୁ ସେ ଆହ୍ୱାନ ଦେଇଥିଲେ । ସେ ରାଲିରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇ ଏହାକୁ ଏକ ଐତିହାସିକ ସଭାରେ ପରିଣତ କରିଥିବାରୁ ସମସ୍ତଙ୍କୁ ସଂଗ୍ରାମୀ ଅଭିବାଦନ ଜଣାଇଥିଲେ । ୨ ତାରିଖ ଅପରାହ୍ନ ୪.୩୦ ସମୟରେ ଭାରତ ସ୍କାଉଟସ ଆଣ୍ଡ ଗାଇଡସ ମୁଖ୍ୟ କାର୍ଯ୍ୟାଳୟ କୋଣ୍ଡାଜୀ ବସପ୍ପା ଅଡିଟୋରିୟମ ଯାହାକୁ କମ୍ରେଜ ଡି.ଏଲ. ସବଦେବ ଅଡିଟୋରିୟମ ନାମରେ ନାମିତ କରାଯଇଅଥିଲା ଏବଂ ସ୍ଥାନର ନାମକୁ କମ୍ରେଡ ଜି.ଏଲ. ଧର ନଗର ନାମ ଦିଆଯାଇଥିଲା, ସେଠାରେ ଲାଲ ପତାକାକୁ ଉତ୍ତୋଳନ କରାଯିବା ପରେ ପରିଷଦ ବୈଠକ ଆରମ୍ଭ ହୋଇଥିଲା । ଏହି ବୈଠକରେ ସଭାପତି ଓ ଉପସଭାପତି, ସଭାପତିମଣ୍ଡଳୀ ଭାବେ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ପ୍ରଥମେ ସ୍ୱାଗତ ଭାଷଣ ଦେଇଥିଲେ କର୍ଣ୍ଣାଟକ ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି କମ୍ରେଡ ଏଚ. ବସନ୍ତରାୟ । ସେ କହିଲେ ଯେ ୧୯୮୩ ମସିହାରେ ପ୍ରସିଦ୍ଧ ଲାଲଵାଲର ଦୋଟାନିକାଲ ଗାର୍ଡନରେ ଏଆଇଟିୟୁସିର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସେହି ସମ୍ମିଳନୀ ଅସଂଗଠନ ଶ୍ରମିକମାନଙ୍କୁ ସଂଗଠିତ କରିବାର ଆହ୍ୱାନ ଦେଇଥିଲା । ଏଆଇଟିୟୁସି ଏକ ବିରାଟ ଶ୍ରମିକ ସଂଗଠନରେ ପରିଣତ ହୋଇ ଶ୍ରମିକମାନଙ୍କର ସ୍ୱାର୍ଥକୁ ସୁରକ୍ଷା କରିବା ପାଇଁ ଆନ୍ଦୋଳନ କରି ଚାଲିଛି । କର୍ଣ୍ଣାଟକ ରାଜ୍ୟ କମିଟି ଏହି ସାଧାରଣ ପରିଷଦକୁ ସବୁମନ୍ତେ ସଫଳ କରିବାକୁ ଚେଷ୍ଟା କରିଛି । ଶୋକ ପ୍ରସ୍ତାବ ଗୃହୀତ ହେବା ପରେ କମ୍ରେଡ ସାଧାରଣ ସମ୍ପାଦିକା ଅମରଜିତ କାଉର ତାଙ୍କର ସମ୍ପାଦକୀୟ ରିପୋର୍ଟ ଉପସ୍ଥାପିତ କରିଥିଲେ । ଏହି ରିପୋର୍ଟ ଉପସ୍ଥାପନା କରି କମ୍ରେଡ
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


