ବାଚସ୍ପତି ସମ୍ବର୍ଦ୍ଧନା କଲେ ସମବାୟବିତ କମିଟି ବୃନ୍ଦଙ୍କୁ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସମବାୟବିତ କମିଟି ବୃନ୍ଦଙ୍କୁ ସମ୍ବର୍ଦ୍ଧନା କରିଛନ୍ତି l ସୂଚନା ଯେ, ଓଡିଶା ବିଧାନ ସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଦିନିକିଆ ଜିଲ୍ଲା ଗସ୍ତରେ ଆସି ବ୍ରହ୍ମପୁର ସର୍କିଟ ହାଉସ ଠାରେ ପହଞ୍ଚିଥିଲେ l ପ୍ରଥମେ ତାଙ୍କୁ ପୋଲିସ ପକ୍ଷରୁ ଗାର୍ଡ ଅଫ ହନର ଦିଆଯାଇଥିଲା l ପରେ ସର୍କିଟ୍ ହାଉସ୍ ଶୋଭା ଗୃହରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ଗଞ୍ଜାମ ଓ ଗଜପତି ଜିଲ୍ଲାର ନବ ନିର୍ବାଚିତ ସମବାୟବିତ କମିଟିର ବିଭିନ୍ନ ପଦ ପଦବୀ ବାଚସ୍ପତି ସମ୍ବର୍ଦ୍ଧନା ଜଣାଇଥିଲେ l କମିଟିର ନବ ନିଯୁକ୍ତ ସଦସ୍ୟମାନଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସମ୍ବର୍ଦ୍ଧନା ଜ୍ଞାପନ କରି ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିନସ୍ତ ସମସ୍ତ ସମବାୟ ସମିତିର ଉନ୍ନତିରେ ଧ୍ୟାନ ଦେବାପାଇଁ ସମବାୟବିତ ମାନଙ୍କୁ ପରାମର୍ଶ ଦେଇଥିଲେ l ରାଜ୍ୟ ସରକାରଙ୍କ କୃଷି କଲ୍ୟାଣ ଯୋଜନା ଓ ସମସ୍ତ ଚାଷୀ କୂଳ ପରିବାର ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ତ୍ବ ଦେବା ପାଇଁ ସମବାୟବିତ କମିଟି ବୃନ୍ଦଙ୍କୁ କହିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର l ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ସହାୟକ ନିମନ୍ତେ ସମବାୟ ସମିତି ଯେଉଁ ଲକ୍ଷ୍ୟ ରଖିଛି ତାହା ପୂରଣ ହେଉ ଏବଂ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ଗ୍ରାମାଞ୍ଚଳର ବିକାଶରେ ସମବାୟ ସମିତି ମୁଖ୍ୟ ଧାରା ହେଉ ବୋଲି ବାଚସ୍ପତି ଶ୍ରୀ ପାତ୍ର ସମବାୟବିତ ମାନଙ୍କୁ କହିଥିଲେ l ପରିଶେଷରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ଉଦ୍ଦେଷ୍ୟରେ ହିଞ୍ଜିଳି ଓ ପୁରୁଷୋତ୍ତମପୁର ଗସ୍ତ କରିଥିଲେ ସମବାୟ କମିଟି ବୃନ୍ଦ l ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ସମବାୟବିତ କମିଟିର ସଭାପତି ସୂର୍ଯ୍ୟ କାନ୍ତ ପରିଡା, ଉପ ସଭାପତି କୈଳାଶ ରଣା, ସାଧାରଣ ସମ୍ପାଦକ ସନାତନ ସଂଗ୍ରାମ ସିଂହ, ଦୀପକ ସାମନ୍ତ, ଅଜୟ ମହାରଣା ସମ୍ପାଦକ ଦିଲୀପ ପାତ୍ର ଉପଦେଷ୍ଟା ଯୋଗେନ୍ଦ୍ର ସ୍ୱାଇଁ, ହୀନ ବେହେରା ଆଇନ ପରାମର୍ଶ ଦାତା ସୁରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା