ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବିଧାୟକ ତଥା କ୍ରମାଗତ ଭାବେ ପୂର୍ବତନ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଆସୁଥିବା ଓଡିଶା ବିଧାନସଭାର ମୁଖ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ରବିବାର ଦିଗପହଣ୍ଡି ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବାଚସ୍ପତି ଭାବେ ପରୋକ୍ଷ ନିର୍ବାଚିତ ହୋଇ ଦାୟିତ୍ୱ ଗ୍ରହଣ କରିଥିବାରୁ ଦିଗପହଣ୍ଡି ବିଜେଡି ମହଲରେ ଖୁସିର ଲହରୀ ଖେଳିଯାଇଛି । ଶନିବାର ଠାରୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ଦଳୀୟ କର୍ମୀ, ନେତୃମଣ୍ଡଳୀ ଓ ପ୍ରଶଂସକ ମାନେ ରାଜଧାନୀ ଭୂବନେଶ୍ୱର ସ୍ଥିତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବାସଭବନକୁ ଯାଇ ଫୁଲ ତୋଡା ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଫେରିଥିବା ଦେଖିବାକୁ ମିଳିଛି । ରବିବାର ଅପରାହ୍ନରେ ଦିଗପହଣ୍ଡି ଏନଏସି ବିଜେଡି ପକ୍ଷରୁ ପୂର୍ବତନ କାଉନସିଲର୍ ମାଗେନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଯୁବ ନଗର ସଭାପତି ଶିବଶଙ୍କର ଗୌଡ, କାହ୍ନୁଚରଣ ପଟ୍ଟନାୟକ, ରାଜି ଗୌଡ ପ୍ରମୁଖ ବାଚସ୍ପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା