

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ଅଂଚଳର ସମାଜସେବୀ ମାନଙ୍କ ଦ୍ୱାରା ମାକ୍ସ ବଣ୍ଟନ କରାଯାଇଛି । ଏହି ମାକ୍ସ ଭାଗିରଥି ବେହରା ବାଟଛତ୍ରପୁରର କିଷାନା ରେଡିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ମାସ୍କକୁ ଭାଗିରଥି ବେହେରାଙ୍କ ସ୍ତ୍ରୀ ପ୍ରମିଳା ବେହେରା ତିଆରି କରିଥିଲେ । ବାଟଛତ୍ରପୁର ଗାଁରେ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହିତ ମାସ୍କ ନ ପିନ୍ଧିଲେ ରାସନ ଓ ପରିବା ମିଳିବ ନାହିଁ ବୋଲି ଏହି ସମାଜସେବୀ ମାନେ ଲୋକଙ୍କୁ ବୁଝାଇଥିଲେ । ଏହିପରି କାର୍ଯ୍ୟକୁ ଛତ୍ରପୁର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
