ବାଣପୁର(ସମୃଦ୍ଧଓଡିଶା)ଜିଲ୍ଲା ସ୍ତରୀୟ ୟୁଥ ୟୁଭା ଫେସ୍ଟିଭାଲ ଚଳିତ ବର୍ଷ 2023 ପାଇଁ ଅନୁଷ୍ଠିତ ହୋଇଯାଇଅଛି I ଏହି ଜିଲ୍ଲା ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ ଖୋର୍ଦ୍ଧା ଜିଲ୍ଲା ନେହେରୁ ୟୁଥ ୟୁଭା କେନ୍ଦ୍ର ଯାହା ମିନିଷ୍ଟର ଅଫ ୟୁଥ ଆଫୟାର ଓ ସ୍ପୋର୍ଟ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ I ଏହି ଡାନ୍ସ ପ୍ରତିଯୋଗିତା ଆୟୋଜନ କରିଥିଲେ ରାଜା ମୋହନ ରାୟ ଡିଗ୍ରୀ କଲେଜ, ପଟିଆ, ଭୁବନେଶ୍ୱରର ସମସ୍ତ କର୍ମ କର୍ତା ଓ ଶିକ୍ଷକ ଓ ଶିକ୍ଷୟତ୍ରୀ ଗଣ I ଏହା ଜିଲ୍ଲା ସ୍ତରୀୟ ହୋଇଥିବାରୁ ବିଭିନ୍ନ ଅଞ୍ଚଲରୁ ବହୁ କଳାକାର ଓ କଲା ଅନୁଷ୍ଠାନମାନ ଭାଗ ନେଇଥିଲେ I ଏଠାରେ ପେଣ୍ଟିଙ୍ଗ, ପୋୟମ ରାଇଟିଙ୍ଗ, ଫୋଟୋଗ୍ରାଫ କମ୍ପିଟିସନ ଓ ସାଂସ୍କୃତିକ କଲା ପରିବେଷଣ ଇତ୍ୟାଦି ପ୍ରତିଯୋଗିତା କରାଯାଇଥିଲା I ଏହି ପ୍ରତିଯୋଗିତାରେ ବାଣପୁରର ମା ଭଗବତୀ କଲା ନିକେତନର କଳାକାରମାନେ ଓଡିଶୀ କଳା ନୃତ୍ୟରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ I ମା ଭଗବତୀ କଳା ନିକେତନର ଗୁରୁ ହରପ୍ରିୟା ବାରିକ ଓ ଓଡିଶୀ ଗୁରୁ ଗୁରୁପ୍ରଭାକର ସ୍ୱାଇଁ ସହିତ ଆୟୁଷି ପଟ୍ଟଯୋଶୀ, ବର୍ଷା ପ୍ରିୟଦର୍ଶିନୀ ମାର୍ଥା, ଅସ୍ମିତା ସାହୁ, ରୁଚିସ୍ମିତା ଜେନା, ଯାଜ୍ଞସ୍ମିତା ପାଢ଼ୀ, ସ୍ମରଣିକା ଶତ୍ରୁ୍ସଲ୍ୟ, ରାଜସ୍ମିତା ମଳିକ ” ମୋ ଓଡିଶା ” ଗୀତ ରେ ଓଡିଶୀ ନୃତ୍ୟ ପରିବେଷଣ କରି ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଏହି ଅନୁଷ୍ଠାନ ପାଇଁ ବାଣପୁରକୁ ଗୌରବାନିତ କରିଛନ୍ତି I ଏଥିପାଇଁ ମା ଭଗବତୀ କଳା ନିକେତନ ସଂସ୍ଥାକୁ ଓ କଳାକାରମାନଙ୍କୁ ଆଇନଜୀବୀ, ସମାଜସେବୀ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ବାଣପୁର ଅଂଚଳର ଜନସାଧାରଣମାନଙ୍କ ତରଫରୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି I
ରିପୋର୍ଟ : ରଜତ କୁମାର ମହାପାତ୍ର