

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା, ଦିଗପହଣ୍ଡି ସ୍ଥିତ ସ୍ଥାନୀୟ ଖେମୁଣ୍ଡି ମହାବିଦ୍ୟାଳୟରେ ଗତକାଲି ବାଣିଜ୍ୟ ବିଭାଗର ପାଠଚକ୍ର ଅନୁଷ୍ଠିତ ହୋଇଯାଅଛି। ବିଭାଗୀୟ ମୂଖ୍ୟ ସତ୍ୟ ନାରାୟଣ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ପାଠଚକ୍ରକୁ ମହାବିଦ୍ୟାଳୟର ଉପାଧ୍ୟକ୍ଷ ତଥା ଅର୍ଥନୀତି ବିଭାଗର ମୂଖ୍ୟ ଡ. କୃଷ୍ଣଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏଥିସହ ଡ. କୈଳାଶ ଦିୱାନ, ହର୍ଷଚନ୍ଦ୍ର ରଥ, ଭାଗିରଥି ସେଠୀ, ଶ୍ରୀମତୀ ସସ୍ମିତା ସ୍ୱାଇଁ, ଶ୍ରୀମତୀ ଆରତୀ ପାତ୍ର, ସ୍ମିତା ପାଠି ଆଦି ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ବିଭାଗୀୟ ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ କେ. ହରପ୍ରିୟା ପାତ୍ର ଓ ଛାତ୍ର ପ୍ରଦୀପ କୁମାର ବେହେରା “କେପିଟାଲ ବଜେଟିଂ “ଶୀର୍ଷକ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ କରାଯାଇଥିଲା ।
