ବାପୁଜୀ ନଗର ଷ୍ଟେଟ୍‌ ବ୍ୟାଙ୍କରେ ଅଗ୍ନିକାଣ୍ଡ …

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜଧାନୀର ବ୍ୟସ୍ତ ବହୁଳ ସ୍ଥାନ ବାପୁଜୀ ନଗରରେ ଭୟାବହ ଅଗ୍ନିକାଣ୍ଡ । ବାପୁଜୀ ନଗର ସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଅଗ୍ନିକାଣ୍ଠ ଘଟିଛି । ବ୍ୟାଙ୍କର ଦ୍ୱିତୀୟ  ମହଲାରେ ନିଆଁ ଲାଗିଥିବା ସୂଚନା । ତେବେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟକ୍ରମରେ ନିୟୋଜିତ ହୋଇଛନ୍ତି । ଅଗ୍ନିଶମ ବାହିନୀର କହିବାନୁଯାୟୀ ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ୍‌ କାରଣରୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ନିଆଁରେ ଅନେକ ଜରୁରୀ ସାମଗ୍ରୀ ସହ ବିଭିନ୍ନ ମୂଲ୍ୟବାନ କାଗଜପତ୍ର ପୋଡ଼ିଯାଇଥିବା ସୂଚନା ମିଳିଛି ।

ରିପୋର୍ଟ : ଆକାଶ ମିଶ୍ର