




ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ବୃହତ୍ତମ ନଦୀ ଓ ଗଞ୍ଜାମର ତୀର୍ଥ ନଦୀ ଋଷିକୂଲ୍ୟା ନଦୀ . ଗଞ୍ଜାମ ସହରର ଗଞ୍ଜାମ ମହାବିଦ୍ୟାଳୟ ନିକଟରେ ଥିବା ଦାମୋଦରପୁର ଗ୍ରାମ ପାଖରେ ପ୍ରବାହିତ ଋଷିକୂଲ୍ୟା ଶ୍ରାବଣୀ ନଦୀଘାଟରେ ରହିଥିବା ବାବା ଅଖଣ୍ଡଳମଣି ମହାଦେବ ମନ୍ଦିର ଅବସ୍ଥିତ . ଏହି ସଂଘର ସଭାପତି ୱାଇ.ମନୋଜ, ସମ୍ପାଦକ ରଞ୍ଜନ କୁମାର ବେହେରା, କୋଷାଧ୍ୟକ୍ଷ ଶିବରାମ ବେହେରା, ଉପଦେଷ୍ଟା ଧନୁର୍ଦ୍ଧର ବେହେରା ଓ ପ୍ରଶାନ୍ତ କୁମାର ବେହେରା . ଏହି ସଂଘ ୧୯୯୫ ମସିହାଠାରୁ ୨୦୧୯ ମସିହା ବର୍ତ୍ତମାନ ପର୍ଯ୍ୟନ୍ତ ବୋଲବମ ଭାଇମାନଙ୍କ ପାଇଁ ଘାଟର ସଫେଇ କରୁଛନ୍ତି . ତତସହିତ ଶ୍ରାବଣ ମାସରେ ଅଧିକ ସଫା ରଖୁଛନ୍ତି ଓ ଏହି ଘାଟର ରାସ୍ତା ଶଶ୍ମାନକୁ ମଧ୍ୟ ସ୍ୱଚ୍ଛତା ରଖୁଛନ୍ତି . ଏହି ସଂଘ ବୋଲବମ ଭକ୍ତମାନଙ୍କ ପାଇଁ ସୁରକ୍ଷା ଯୋଗାଇ ଦେଉଛନ୍ତି .ଆଶ୍ରୟ, ପ୍ରସାଦ, ପିଇବା ପାଣି, ରୋଷେଇ ଜିନିଷ ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି . ଏହି ସଂଘ ଭକ୍ତମାନଙ୍କ ପାଇଁ ୬୦ଜଣ ପୁରୋହିତଙ୍କୁ ନିଯୁକ୍ତି ଶ୍ରାବଣ ମାସ ପାଇଁ ରଖିଛନ୍ତି . ଓଡିଶା ରାଜ୍ୟର ବୋଲବମ ଭକ୍ତ ସହିତ ପାଖାପାଖି ଅନ୍ୟ ରାଜ୍ୟର ବୋଲବମ ଭକ୍ତମାନେ ଋଷିକୂଲ୍ୟା ନଦୀକୁ ଆସୁଛନ୍ତି . ତତ ସହିତ ଓଡ଼ିଶାର ସବୁ ଜିଲ୍ଲା ବୋଲବମ ଭକ୍ତ ଶ୍ରାବଣୀ ଘାଟରୁ ମହାଦେବଙ୍କ ପାଇଁ ଜଳ ନେଉଛନ୍ତି . ଏହି ସଂଘର ସେବକ ସଂଖ୍ୟା ୬୦ ଜଣାରୁ ଉର୍ଦ୍ଧ . ସମସ୍ତ ବୋଲବମ ଭକ୍ତମାନେ ଦାମୋଦରପୁର ଋଷିକୂଲ୍ୟା, ଶ୍ରାବଣୀ ଘାଟରୁ ଜଳ ଉଠାଇ ଓ କାଉଁରୀ ଭାର ଧରି ବାବା ଆଖଣ୍ଡଳମଣି ମହାଦେବଙ୍କୁ ଦର୍ଶନ କରି ଓଁ ନମଃ ଶିବାୟ, ହରହର ମହାଦେବ ଓ ବୋଲବମ ନାମ ଗାୟନ କରି ରାସ୍ତାରେ ଯାଉଛନ୍ତି . ଏହି ସଂଘର ମୁଖ୍ୟ ଉପଦେଷ୍ଠା ଧନୁର୍ଦ୍ଦର ବେହେରା ଓ ପରିଚାଳକ ପ୍ରଶାନ୍ତ କୁମାର ବେହେରା .
ରିପୋର୍ଟ : ତ୍ରିନାଥ ବେହେରା