ଢେଙ୍କାନାଳ (ସମୃଦ୍ଧ ଓଡିଶା) ଷଡ଼ଙ୍ଗୀରେଞ୍ଜ ଅନ୍ତର୍ଗତ ଖଙ୍କିରା ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ମା’ ତାରିଣୀ ମନ୍ଦିର ସନ୍ନିକଟ ଧିର ସାହିରେ ଏକ ହାତୀ ଗ୍ରାମ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଛୋଟ ପିଲାମାନେ ଖେଳୁଥିବା ଦେଖି ଗ୍ରାମବାସୀଙ୍କୁ ଡାକିଥିଲେ । ଫଳରେ ଘଟଣା ସ୍ଥଳରେ ଖଙ୍କିରା ବିଟ ହାଉସର କର୍ମଚାରୀ ଓ ଗ୍ରାମବାସୀ ସନ୍ଧ୍ୟା ୭ଟା ଯାଏ ନାକଦମ ହୋଇ ହାତୀକୁ ଜଙ୍ଗଲ ମଧ୍ୟକୁ ପଠାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଆଜି ରବିବାର ସକାଳ ୭ଟା ୨୦ମିନଟ ସମୟରେ ବାରହା ୨ଟି ଗ୍ରାମର ପୋଷ୍ଟ ଅଫିସ ନିକଟ ମଧ୍ୟ ଦେଇ ବ୍ରହ୍ମ ସାହି ଭିତରେ ପଶି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ । ଯେତେ ଯାହା ହେଲେ ମଧ୍ୟ ହାତୀ ଓ ବାରହାଙ୍କର ଏହି ଅଞ୍ଚଳ ପ୍ରତି ଦାଦାଗିରି ଲାଗି ରହିଛି । ଏଥିପାଇଁ ବିଭାଗୀୟ କର୍ତ୍ତୁପକ୍ଷ ବନର ସୀମାନ୍ତରେ ଗଭୀର ଟ୍ରେଞ୍ଜ ଖେଳି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି । ନଚେତ କେତେବେଳେ ଯେ ବାରହା ଓ ହାତୀର ଉପଦ୍ରବରେ ଧନ ଜୀବନ ନଷ୍ଟ ନ ହେବ ତାହା କିଏ କହି ପାରିବ । ଏହାକୁ ନେଇ ଆତଙ୍କରେ ଗ୍ରାମବାସୀ ରହିଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି