

ଭଞ୍ଜନଗର (ସମୃଦ୍ଧ ଓଡିଶା) କୋଭିଡ-୧୯ରେ ମୃତ ଶିକ୍ଷକ କୁଶଧ୍ଵଜ ସେଠୀଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟିଛନ୍ତି ବାରୁଡା କ୍ଳଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀଗଣଙ୍କ ପ୍ରତିନିଧି ଶିକ୍ଷକ ପାଣ୍ଡବ ସେଠୀ, ନିଳାଦ୍ରୀ ବିହାରୀ ପଟ୍ଟନାୟକ, ଉମାକାନ୍ତ ମିଶ୍ର, ସଞ୍ଜୟ କୁମାର ପ୍ରଧାନ, ସୁଧିର କୁମାର ବେହେରାଙ୍କ ସମେତ ବାରୁଡା କ୍ଳଷ୍ଟର ସି.ଆର୍.ସି.ସି ଆଦିକନ୍ଦ ଗୌଡ ଏବଂ ଡୁମାକୁମ୍ପା କ୍ଳଷ୍ଟର ସି.ଆର୍.ସି.ସି ତ୍ରିନାଥ ବେହେରା । ଆର୍ଥିକ ସହଯୋଗ ରୂପେ ସଂଗୃହିତ ଟ.୨୮୬୦୦(ଅଠେଇଶି ହଜାର ଛଅଶହ) ପ୍ରଦାନ କରିବା ସହ ପରିବାର ବର୍ଗଙ୍କୁ ସମେବେଦନା ଜଣାଇ ସ୍ୱର୍ଗତ କୁଶଧ୍ଵଜଙ୍କ ଅମର ଆତ୍ମାର ମୁକ୍ତି ପାଇଁ ନୀରବ ପ୍ରାର୍ଥନା କରିଛନ୍ତି । ଏହି ଅବସରରେ ତାଙ୍କ ପରିବାରକୁ ଅଧିକରୁ ଅଧିକ ସହାୟତା ପ୍ରଦାନ କରିବା ସକାଶେ ମୃତ ଶିକ୍ଷକଙ୍କ ପତ୍ନୀଙ୍କ ଆନ୍ଧ୍ର ବ୍ୟାଙ୍କ ଏକାଉଣ୍ଟ ନମ୍ବର-୦୦୬୫୧୦୧୦୦୧୨୦୦୦୦, ଆଇ.ଏଫ୍.ଏସ୍.ସି କୋଡ- ANDB0000065, (ପତ୍ନୀଙ୍କ ନାମ-ବିଉଟି ଲତା ସେଠୀ) ଭଞ୍ଜନଗର ଶାଖାକୁ ସମସ୍ତେ ନିଜ ସାମର୍ଥ୍ୟ ଅନୁସାରେ ସହଯୋଗ ପ୍ରଦାନ କରିବା ପାଇଁ ସମଗ୍ର ଶିକ୍ଷକ ସମାଜ ଓ ସର୍ବ ସାଧାରଣଙ୍କୁ ସମସ୍ତେ ନିବେଦନ କରିଛନ୍ତି । ଏବେ ପର୍ଯ୍ୟନ୍ତ ତାଙ୍କ ପରିବାରର ଅସମୟରେ ଯେଉଁ ସବୁ ଶିକ୍ଷକ, ଶିକ୍ଷୟିତ୍ରୀ, ସି.ଆର୍.ସି.ସି, ବି.ଇ.ଓ, ବି.ଆର୍.ସି.ସି ଓ ବି.ଇ.ଓ ଅଫିସ ଷ୍ଟାଫ ପହଞ୍ଚି ସହଯୋଗ କରିଛନ୍ତି ସମସ୍ତଙ୍କୁ ତାଙ୍କ ପରିବାର ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି ।