


ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ସ୍ଥାନୀୟ ବାଲ ମୁକୁନ୍ଦ କେନ୍ଦ୍ରର ପୁରୋଧା ହରେ ରାମ କୃଷ୍ଣ ଚୌଧୁରୀ ଏବଂ ସତସଙ୍ଗୀ ସତ୍ୟନାରାୟଣ ଆପଟ୍ଟଙ୍କ ଦ୍ୱାରା ପ୍ରାତଃ ଶ୍ରୀରସିକରାଜ ମନ୍ଦିର ବେଢା ପରିକ୍ରମା ପରେ ବାଲ ମୁକୁନ୍ଦ କେନ୍ଦ୍ର ଠାରେ ‘ଯୋଗ ଶିବିର’ ଅନୁଷ୍ଠିତ କରାଯାଇଥିଲା । ଏଥିରେ ୮ଟି ବିଦ୍ୟାଳୟର ୪୦ ଜଣ ବିଦ୍ୟାର୍ଥୀଙ୍କୁ ଯୋଗ ଗୁରୁ ଲକ୍ଷ୍ମୀଚରଣ ପଟ୍ଟନାୟକ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ସ୍ୱେଚ୍ଛାସେବୀ ରମେଶ ମହାରଣା ସହଯୋଗ କରିଥିଲେ । ପରବର୍ତ୍ତୀ କାର୍ଯ୍ୟକ୍ରମ ଅପରାହ୍ନରେ ଚିତ୍ରାଙ୍କନ ଶିକ୍ଷା ମୁରଲୀଧର ପରିଚ୍ଛା ତୁଲାଇଥିଲେ । କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପ୍ରତ୍ୟେକ ଶିଶୁମାନଙ୍କ ଘରକୁ ଯାଇ ସ୍ୱାମୀ ମୁକୁନ୍ଦ।ନନ୍ଦ ଜିଙ୍କ ସନ୍ଦେଶ ଅନୁସାରେ ପ୍ରାତଃ ଭ୍ରମଣ ଏବଂ ଯୋଗାସନ କରିବା ପାଇଁ ଅଭିଭାବକ ମାନଙ୍କୁ ବୁଝାଇଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା


