


ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଜଗତଗୁରୁ କୃପାଳୁ ମହାରାଜାଙ୍କ ଶିଷ୍ୟ ସ୍ୱାମୀ ମୁକୁନ୍ଦ ନନ୍ଦଜୀଙ୍କ ନିର୍ଦେଶ କ୍ରମେ ରାଜଗୁରୁ ସହି ପରିଚ୍ଛା ମଠରେ ଚାଲୁଥିବା “ବାଲ ମୁକୁନ୍ଦ” କେନ୍ଦ୍ରର ପିଲାମାନଙ୍କ ଦ୍ୱାରା “ଆମେ ସ୍ୱଚ୍ଛ ଆମ ପରିବେଶ ସ୍ୱଚ୍ଛ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡାର ଅବସର ପ୍ରାପ୍ତ ରାଜ୍ୟ ଶିକ୍ଷା ସାଧନ କେନ୍ଦ୍ରର ନିର୍ଦ୍ଦେଶକ ଭାଗବତ ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପିଲାମାନେ ନିରୋଗ ରହିବାକୁ ହେଲେ କି କି ପଦକ୍ଷେପ ନିଆଯିବ ସୂଚନା ଦେଇଥିଲେ । ନିଜେ ସ୍ୱଚ୍ଛ ରହିବା ପାଇଁ ଖାଇବା ପୂର୍ବରୁ ହାତ ଧୋଇବା ଭଳି ୧୧ଟି ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ । ଯୋଗଗୁରୁ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ମୁଦ୍ରା ଯୋଗ ଉପରେ ଶିକ୍ଷା ପ୍ରଦାନ କରିଥିଲେ ।ନମିତା ଚୌଧୁରୀ ଆଜିର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମୁଖ୍ୟ ଆକର୍ଷଣ କୁହାଯାଉଥିବା ଚିତ୍ରାଅଙ୍କନ ଶିକ୍ଷା ମୁରଲୀଧର ପରିଚ୍ଛା ଶିକ୍ଷଣ କରିଥିଲେ । ସଂସ୍କୃତ ଓ ଇଂରାଜୀ ସମ୍ଭାଷଣ ଆଚାର୍ଯ୍ୟ ଦୀନବନ୍ଧୁ ବାରିକ ଓ ଜନ୍ମେଜୟ ସାହୁ ପରିଚାଳନା କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା

