ଜଳେଶ୍ୱର/ବାଲିଆପାଳ (ସମୃଦ୍ଧ ଓଡିଶା) ଦକ୍ଷିଣ ବାଲିଆପାଳର ୬ଟି ପଞ୍ଚାୟତରେ ହେବାକୁ ଥିବା ପ୍ରସ୍ତାବିତ ସୂବର୍ଣ୍ଣରେଖା ବନ୍ଦର ଓ ପେଟ୍ରୋ କେମିକାଲ୍ସ ବିରୋଧରେ ସଂମ୍ପୃକ୍ତ ଅଂଚଳବାସୀ ଗତ ୨୧ ତାରିଖ ଦିନ ଯୁଦ୍ଧଂଦେହି ଡାକରା ଦେଇଛନ୍ତି । ଉପକୂଳ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବାଲିବିଲ ହାଟ ପଡିଆଠାରେ ଆଜି ଅନୁଷ୍ଠିତ ଏକ ବିଶାଳ ଜନ ସମାବେଶରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଏକତ୍ରିତ ହୋଇ କୈାଣସି ବି ପରିସ୍ଥିତିରେ ବନ୍ଦର ଓ ପେଟ୍ରୋ କେମିକାଲ୍ସ ପ୍ରକଳ୍ପ ପାଇଁ ଇଂଚେ ମଧ୍ୟ ଜମି ଛାଡିବେ ନାହିଁ ବୋଲି ଦୃଢ ସଂକଳ୍ପ ନେଇଛନ୍ତି । ଉପକୂଳ ଭିଟାମାଟି ସୁରକ୍ଷା କମିଟିର ଆବାହକ ପୈାରହିତ୍ୟରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନନଗୁ ଯୋଗ ଦେଇ କହିଥିଲେ ଯେ ଧାନ, ପାନ, ମୀନ, ନଡିଆ, ଗୁଆ, କାଜୁରେ ସମୃଦ୍ଧ ଏ ଅଂଚଳରେ ଯେଭଳି ବିକାଶ ହୋଇଛି ବନ୍ଦର ହେଲେ ସେଭଳି ବିକାଶ ହୋଇପାରିବ ନାହିଁ । ବଡ ବଡ ଶିଳ୍ପପତିଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ବନ୍ଦର ହେଉଛି । ଏହି ବନ୍ଦର ଦ୍ୱାରା ଓଡିଶାର ଲୁହା ପଥର, କୋଇଲା, କ୍ରୋମାଇଟ, ମାଙ୍ଗାନିଜ ପ୍ରଭୃତି ଖଣିଜ ପଦାର୍ଥ ବିଦେଶକୁ ରପ୍ତାନି ହେବ ଏବଂ ଟାଟା ଆଦାନି, ଅମ୍ବାନି ପ୍ରଭୃତିଙ୍କର ତେଲ ଏଠାକୁ ଆସି ସେମାନଙ୍କର ସ୍ୱାର୍ଥ ରକ୍ଷା ହେବ । ପାରଦୀପ ବନ୍ଦର ସ୍ଥାପନ ବେଳେ ୧୫ ହଜାର ଲୋକ କାମ କରୁଥିଲେ କିନ୍ତୁ ବନ୍ଦର ସ୍ଥାପନର ୩୦ ବର୍ଷ ପରେ ଏହି ସଂଖ୍ୟା କମି ୩ ହଜାରରେ ପହଁଚିଥିଲା । କାରଣ ସବୁ କାର୍ଯ୍ୟ ମେସିନ ଦ୍ୱାରା ହେଉଥିବା ବେଳେ ନିଯୁକ୍ତି ସଙ୍କୋଚିତ ହୋଇଯାଇଥିଲା । ବାଲିଆପାଳରେ ପ୍ରସ୍ତାବିତ ସୂବର୍ଣ୍ଣରେଖା ବନ୍ଦର ସରକାରଙ୍କ ସହିତ ହୋଇଥରବା ଚୁକ୍ତି ନାମାରେ ସ୍ଥାନୀୟ ଅଂଚଳରେ କାହାକୁ ନିଯୁକ୍ତି ଦେବାର ସର୍ତ୍ତ ରଖିନାହିଁ ତେଣୁ ଏହି ବନ୍ଦର ଦ୍ୱାରା ସ୍ଥାନୀୟ ଅଂଚଳର ଲୋକଙ୍କର ସ୍ୱାର୍ଥ ରକ୍ଷା ହୋଇ ପାରିବ ନାହିଁ । ବନ୍ଦର ପାଇଁ ପ୍ରଥମ ପର୍ଯ୍ୟାୟରେ ୯ ଶହ ଏକର ଜମି ଯିବ ବୋଲି କୁହାଯାଉଥିଲେ ମଧ୍ୟ ରେଳପଥ, ସଡକ ପଥ ପ୍ରଭୃତି ପାଇଁ ଆହୁରି ୪ ହଜାର ଏକର ଜମି ଚାଲିଯିବ । ବାଲିଆପାଳ ମାଟି ହେଛି ସଂଗ୍ରାମର ମାଟି ୮୦ ଦଶକରେ ଦେଶର ସୁରକ୍ଷା ସହିତ ଜଡିତ ପ୍ରତିରକ୍ଷା ବିଭାଗର କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠାକୁ ଅନ୍ଦୋଳନ କରି ଏହି ଅଂଚଳବାସୀ ଏଠାରୁ ତାହା ହଟାଇ ଦେଇଥିଲେ । ବର୍ତ୍ତମାନ ମଧ୍ୟ ସେହିପରି ଲୋକଙ୍କ ସ୍ୱାର୍ଥ ବିରୋଧି ବନ୍ଦର ଓ ପେଟ୍ରୋ କେମିକାଲ୍ସ ପ୍ରକଳ୍ପକୁ ବିରୋଧରେ ଆନ୍ଦୋଳନ ଦ୍ୱାରା ହଟାଇବା ପାଇଁ ସଂକଳ୍ପ ନେବାକୁ ସେ ସମସ୍ତଙ୍କ ଆହା୍ବାନ ଜଣାଇଥିଲେ । ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ପରିବେଶବିତ ପ୍ରଫୁଲ ସମ୍ନ୍ରାୟ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ ମାଟି, ପାଣି, ପବନ ଉପରେ ପ୍ରତ୍ୟେ ନାଗରିକଙ୍କ ଅଧିକାର ରହିଛି । ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଅନୁସାରେ ଏଥିରୁ କାହାକୁ ବଂଚିତ କରାଯାଇ ପାରିବ ନାହିଁ । ଓଡିଶାରେ ଅନେକ ଶିଳ୍ପ ସ୍ଥାପନ ହେଉଛି ବୋଲି ସରକାର ଡିଡିମ୍ବ ପିଟୁଛନ୍ତି । କିନ୍ତୁ ଲକ୍ଷ ଲକ୍ଷ ଓଡିଆ ଯୁବକ ପ୍ରତି ବର୍ଷ ଦାଦନ ଖଟିବାକୁ ବାହାରକୁ କାହିିଁକି ଯାଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ହଜାର ହଜାର ଲୋକଙ୍କୁ ବିସ୍ଥାପିତ କରି ସରକାର ଏଠାରେ ପେଟ୍ରୋ କେମିକାଲ୍ସ ପ୍ରକଳ୍ପ ନକରି ଏଠାରେ ଥିବା ସୁଦୀର୍ଘ ବେଳାଭୂମୀର ଉନ୍ନତିକରଣ କରି କରି ପର୍ଯ୍ୟଟନ ଶିଳ୍ପର ବିକାଶ କରନ୍ତୁ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରି ଲୋକଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରନ୍ତୁ ବୋଲି କହିଥିଲେ । ବିଶିଷ୍ଟ କମ୍ୟୁନିଷ୍ଟ ନେତ୍ରୀ ତାପସି ପ୍ରହଜରାଜ ଉପସ୍ଥିତ ହଜାର ହଜାର ମହିଳାଙ୍କ ଉଦଦେଶ୍ୟରେ କହିଥିଲେ ଯେ ଦେଶର ସ୍ୱାଧିନତା ଆନ୍ଦୋଳନ ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହିଳା ମାନଙ୍କୁ ନେଇ ଝାନସୀ ବାହିନୀ ଗଠନ କରି ବ୍ରଟିଶ ସରକାରଙ୍କୁ ଦୋହଲାଇ ଦେଇଥିଲେ । ଏ ଅଂଚଳର ମାହିଳା ମାନେ ମଧ୍ୟ ଏକତ୍ରତିତ ହୋଇ ଜନବିରୋଧି କମ୍ପାନି ବିରୋଧରେ ସଂଗ୍ରମ ଜାରି ରଖନ୍ତୁ ବୋଲି ସେ କହିଥିଲେ । କଂଗ୍ରେସ ନେତା ଚିତ ଷଡଙ୍ଗୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କ୍ଷପଣାସ୍ତ୍ର ଘାଟୀ ବିରୋଧି ଆନ୍ଦୋଳନ ସମୟରେ ସେ ଏହି ଅଂଚଳକୁ ସ୍ୱର୍ଗତଃ ବିଜୁ ପଟ୍ଟାନାୟକଙ୍କ ସହିତ ଆସିଥିଲେ । ବିଜୁ ବାବୁ ପ୍ରତିରକ୍ଷା ପ୍ରକଳ୍ପକୁ ସମର୍ଥନ କରୁଥିଲେ ମଧ୍ୟ ଏଭଳି ଏକ ଜନାକୀର୍ଣ୍ଣ ଅଂଚଳରେ ସେଭଳି ପ୍ରକଳ୍ପ ନକରି ଲୋକଙ୍କ ସହିତ ଆନ୍ଦୋଳନରେ ସାମିଲ ହୋଇ ଏ ଅଂଚଳକୁ ରକ୍ଷା କରିଥିଲେ । ତାଙ୍କର ପୁତ୍ର ନବିନ ବାବୁ ଏ ଅଂଚଳକୁ ଆସି ବାସ୍ତବ ସ୍ଥିତି ଅନୁଧ୍ୟାନ କରନ୍ତୁ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ କିଶୋର ଦାସ, ଏସ.ୟୁ.ସିଇ ନେତା ହରେକୃଷ୍ନ ଦାସ, ବରିଷ୍ଠ ସମ୍ବାଦିକ ରବି ଦାସ, ସିପିଆଇ ନେତା ଜୟନ୍ତ ଦାସ, ଆଇନଜିବୀ ମନୋଜ ନାୟକ, ବାଲିଆପାଳ ବ୍ଲକ ଅଧ୍ୟକ୍ଷ ବିଜନ କୁମାର ନାୟକ, ଅଖିଳଭାରତୀୟ ଛାତ୍ର ସଙ୍ଘ ନେତ୍ରୀ ସଂଙ୍ଘ ମିତ୍ରା ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ସରକାର ଏଭଳି ଜନବିରୋଧି ପ୍ରକଳ୍ପ ବାବଦରେ ପୂନରବିଚାର କରିବା ନିବେଦନ କରିଥିଲେ । ନଚେତ ୮୦ ଦଶକର କ୍ଷେପଣାସ୍ତ୍ର ଘାଟି ବିରୋଧି ଆନ୍ଦୋଳନ ଭଳି ଏକ ଜନ ଆନ୍ଦୋଳନ ଏ ଅଂଚଳରେ ମୁଣ୍ଡ ଟେକିବ ବୋଲି ସେମାନେ ଚେତାବନୀ ଦେଇଥିଲେ ।