

ଆସିକା(ସମୃଦ୍ଧଓଡିଶା) ବାଲିପଦର ଆଞ୍ଚଳିକ ବିଜ୍ଞାନ ଡ଼ିଗ୍ରୀ ମହାବିଦ୍ୟାଳୟରେ ଆଜି ୨୫ ତମ ବାର୍ଷିକ କ୍ରୀଡା ଉତ୍ସବ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ଗୋପୀନାଥ ମହାନ୍ତିଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି.I ଉଦଘାଟନୀ ଉତ୍ସବରେ +2 ମହାବିଦ୍ୟାଳୟର ଅଧକ୍ଷ ସରୋଜ କାନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗ ଓ କ୍ରୀଡା ମାନବ ସମାଜ ପାଇଁ ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ କରିଥିଲେ I ଏହି ଉପଲକ୍ଷେ ମହାବିଦ୍ୟାଳୟର କ୍ରୀଡା ସଂଯୋଜକ ଡ଼କ୍ଟର ଏ ଜିତେଶ ରାଓ ଦୋରା ଓ କ୍ରୀଡା ପ୍ରଶିକ୍ଷକ ଭଞ୍ଜ କିଶୋର ଗୌଡ଼ ପ୍ରତ୍ୟକ୍ଷ ତଥ୍ୟବୋଧନରେ ନିକଟସ୍ଥ ଗ୍ରାମ ଦେବୀ ମନ୍ଦିରରୁ ଛାତ୍ରଛାତ୍ରୀମାନେ ପୂଜାର୍ଚନା କରି ମଶାଲ ଆଣି ମହାବିଦ୍ୟାଳୟର ଅଧକ୍ଷଙ୍କୁ ହସ୍ତାନ୍ତର କରିଥିଲେ Iଏହାପରେ ଆନୁଷ୍ଠାନିକ ଭାବେ ଅଧକ୍ଷ ବାର୍ଷିକ କ୍ରୀଡା ରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳାର ସହ କ୍ରୀଡ଼ାରେ ଭାଗ ନେବାପାଇଁ ପରାମର୍ଶ ଦେଇଥିଲେ I ତିନି ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବାର ବ୍ୟବସ୍ଥା ରହିଛି I ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ସ୍ବେଛାସେବୀ ମାନେ ପରିଚାଳନା କରୁ ଥିବା ବେଳେ ଶେଷରେ ମହାବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ଭଞ୍ଜ କିଶୋର ଗୌଡ଼ ଓ ନବଘନ ପ୍ରଧାନ ପ୍ରମୁଖ ସଂଯୋଜନାର ଭୂମିକା ଗ୍ରହଣ କରୁଛନ୍ତି I