
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବୁଗୁଡା଼ ବ୍ଲକ ଅନ୍ତର୍ଗତ ବାଲିପଦର ମହୋତ୍ସବ ପଡିଆଠାରେ କଳା ଓ ସଂସ୍କୃତିର ପର୍ବ, ବାଲିପଦର ମହୋତ୍ସବ-୨୦୧୯ କୃଷ୍ଣସାର ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବର ଅନ୍ତିମ ଦିବସରେ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଗଞ୍ଜାମ ଜିଲ୍ଲା ପରିଷଦ ଅଧକ୍ଷ, ବୁଗୁଡା଼ ବ୍ଲକ ଅଧକ୍ଷା, ଉପାଦକ୍ଷ, ତହସିଲଦାର, ବାଲିପଦର ଫାଣ୍ଡି ଅଧିକାରୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଓଡ଼ିଆ ସିନେମା ଜଗତର ଅଭିନେତା, ଅଭିନେତ୍ରୀ ତଥା ବହୁ ମାନ୍ୟଗଣ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା



