

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଥାନା ଅନ୍ତର୍ଗତ ବାଲିବଗଡ ଗ୍ରାମ ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଫଳରେ ଗୋଟିଏ ବାଇକର ଚାଳକ ହଂସପୁର ଗ୍ରାମର ଯୋଗୀ ସେଠୀଙ୍କ ମୃତ୍ୟୁ ଘଟିଛି । ସେ ହିଞ୍ଜିଳିକାଟୁରୁ ଫେରୁଥିବା ବେଳେ ବାଲିବଗଡ ରାସ୍ତାରେ ଦୁର୍ଘଟଣା ଘଟିଥିଲା । ଗୁରୁତର ଆହତ ଅବସ୍ଥାରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମିଳିଥିବା ସୂଚନା ଅନୁସାରେ, ମୃତ ଯୋଗୀ ହଂସପୁର ଗ୍ରାମବାସୀ ହୋଇଥିବା ବେଳେ ହିଞ୍ଜିଳି ଏକ ପିତଳ ଦୋକାନରେ କାମ କରୁଥିଲେ । ବର୍ତ୍ତମାନ ତାଙ୍କର ପତ୍ନୀ ଗର୍ଭବସ୍ଥାରେ ରହିଛି । ଏଭଳି ପରିସ୍ଥିତିରେ ତାଙ୍କରି ମୃତ୍ୟୁ ଘଟିଥିବା ନେଇ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






