ଜଳେଶ୍ଵର (ସମୃଦ୍ଧ ଓଡିଶା) ବାଲେଶ୍ଵର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଓ ଜଳେଶ୍ଵର ଶାଖା ମିଳିତ ଭାବେ ଜଳେଶ୍ଵର ହାଟ ପଡ଼ିଆ ସ୍ଥିତ ଶ୍ରୀ ଜଗନ୍ନାଥ ମେଡ଼ିକାଲ ଷ୍ଟୋର ସମ୍ମୁଖରେ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ମାଷ୍କ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ମୋଟ ୨ ହଜାର ଲୋକଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ସହ ବଜାରରେ ଥିବା ସମସ୍ତ ଦୋକାନୀ ଓ ପଥଚାରୀ ମାନଙ୍କୁ ମାସ୍କ ବଣ୍ଟନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟିର ସଭାପତି ଶ୍ରୀମତୀ ମମତା ଦାସ ମହାପାତ୍ର, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ଉପସଭାପତି କୁମୁଦ ରଞ୍ଜନ ଗିରି, ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ, ଉପଦେଷ୍ଟା ତାରାକାନ୍ତ ନନ୍ଦ ଓ ଜଳେଶ୍ଵର ଶାଖା ସଭାପତି ବିଷ୍ଣୁପଦ ମହାନ୍ତି, ସମ୍ପାଦକ ଅଜିତ କୁମାର ମହାନ୍ତି, ଦିଲ୍ଲୀପ କୁମାର ଗିରି, କମଲ ଚକ୍ରବର୍ତ୍ତୀ, ମନୋରଞ୍ଜନ ଦାସ, ଡ. ରମାକାନ୍ତ ଭଞ୍ଜ, କପିଳେଶ୍ୱର ମହାନ୍ତି, ଜିତାରାମ ଦେ, ନବେନ୍ଦୁ ପ୍ରଧାନ, ବରିଷ୍ଠ ସାମ୍ବାଦିକ ଅବନୀ କୁମାର ଚାନ୍ଦ, ସୁକୁମାର ରଣା, ମନୋଜ କୁମାର ଭୂୟାଁ,ରାଜେଶ କୁମାର ପ୍ରଧାନ, ଅରୁଣ କୁମାର ବେଜ୍ ଓ ସବିତା ଭୂୟାଁ, ନୀଳାଦ୍ରି ଚରଣ ହୋତା ପ୍ରମୁଖ ପରିଚାଳନା ସହିତ ମାସ୍କ ବଣ୍ଟନ କରିଥିଲେ । ପରେ ପରେ ଉକ୍ତ ଟିମର ସମସ୍ତ ସଦସ୍ୟ ସଦସ୍ୟା ଜଳେଶ୍ଵର ଜି.କେ.ଭଟ୍ଟର ହସ୍ପିଟାଲକୁ ପରିଦର୍ଶନ କରିବା ପାଇଁ ଯାଇ ହସପିଟାଲକୁ ବୁଲି ସମସ୍ୟା ବିଷୟରେ ବୁଝି ଥିଲେ ଓ ସମ୍ପାଦକ ଡ. ମହାନ୍ତି ଟେଲି ମେଡ଼ିସିନ ଓ ଆଇସିୟୁ ସଂଯୋଗ ପାଇଁ ଦାବୀ ରଖିବା ସହିତ ଯଥା ଶୀଘ୍ର ଜଳେଶ୍ଵର ଭଟ୍ଟର ହସପିଟାଲ ଓ ସମସ୍ତ ପିଏସିରେ ଡାକ୍ତର ଲେବୋରୀଟାରି ଟେକ୍ନିସିଆନ ନିଯୁକ୍ତି ପାଇଁ ଆଗାମୀ ଦିନରେ ଜିଲ୍ଲାପାଳଙ୍କୁ କ୍ରିୟାନୁଷ୍ଠାନ କମିଟି ଦାବୀପତ୍ର ପ୍ରଦାନ କରିବେ ବୋଲି କହିଥିଲେ ।