ଜଳେଶ୍ୱର (ସମୃଦ୍ଧ ଓଡିଶା) ଭୟଙ୍କର କରୋନା ଦେଖା ଦେଇଥିବା ବେଳେ ବାଲେଶ୍ୱର ଜିଲାରେ ରକ୍ତ ସଂଗ୍ରହ ହାର କମି ଆସିଛି । ତଥାପି ଜଳେଶ୍ୱର ଅଂଚଳରୁ ଚଳିତବର୍ଷ ସର୍ବାଧିକ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଆଜି ବାଲେଶ୍ୱର ଜିଲାରେ ଦକ୍ଷିଣ ପ୍ରହରାଜପୁର ପ୍ରାଥମିକ ବିଦ୍ୟାଳୟରେ ୧୪୫ ୟୁନିଟ୍ ରକ୍ତ ସଂଗ୍ରହ ଏକ ରେକଡ୍ ସୃଷ୍ଟି କରିଛି । ଏହି ରକ୍ତଦାନ ଶିବିରକୁ ଜଳେଶ୍ୱର ବ୍ଲକ ଅଧ୍ୟକ୍ଷା ସବିତା ଦଳେଇ ଓ ସରପଂଚ ସତ୍ୟରଂଜନ ଦାସ ମିଳିତଭାବେ ଉଦ୍ଘାଟନ କରିଥିଲେ । ବ୍ଲକଡ ବ୍ୟାଙ୍କର ଡାକ୍ତର ମହେଶ ବିଶ୍ୱାଳଙ୍କ ତତ୍ୱାବଧାନରେ ଏବଂ ଜୀବନବିନ୍ଦୁ କାର୍ଯ୍ୟକ୍ରମର ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ସଭାପତି ମଧୁସୂଦନ ସେନାପତିଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁକୁନ୍ଦ ଜେନା, ଅଂଜନ ଘୋଷ, ନଗେନ୍ଦ୍ର ଜେନା, ପରମେଶ୍ୱର ଘୋଷ, ନାରାୟଣ ଜେନା, ଅମର ସାମଲ, କେଦାର ଜେନା, ସୁରଞ୍ଜନ ଘୋଷ, ଯୋଗେନ୍ଦ୍ର ଜେନା, ଜନ୍ମେୟଜୟ ଘୋଷ, ବାଦଲ ଜେନା, ପଂଚାନନ ମାଝି, ମନୋଜ ନାୟକ, କାଳିଚରଣ ଦାସ ଓ ଦକ୍ଷିଣେଶ୍ୱର ମହିଳା ମହାସଂଘର ସଭାପତି ସୁମତି ବିଶ୍ୱାଳ, ସଂପାଦିକା ମାଳତି ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା