ବାହାନଗା ରେଳ ଦୁର୍ଘଟଣା : ବିଜେପି ପ୍ରଶିକ୍ଷଣ ସେଲ ପ୍ରତିନିଧିଦଳ କଟକ ମେଡିକାଲ ପରିଦର୍ଶନ

କଟକ(ସମୃଦ୍ଧ ଓଡିଶା)ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ସାରା ପୃଥିବୀକୁ ଦୋହଲାଇ ଦେଇଛି । ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କ ଆଶୁଆରୋଗ୍ୟ କାମନା କରି ବିଜେପି ପ୍ରଶିକ୍ଷଣ ସେଲ ତରଫରୁ ଏକ ପ୍ରତିନିଧି ଦଳ କଟକ ଏସ ସି ବି ମେଡିକାଲ ହସପିଟାଲ ପରିଦର୍ଶନ କରି ଆହତ ମାନଙ୍କୁ ଡାକ୍ତର ଖାନାରେ ଭେଟି ଥିଲେ ସେମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ବୁଝୁଥିବା ବେଳେ ଏକ ଗୁରୁତ୍ୱ ପୂର୍ଣ ଅସୁବିଧାର ସମ୍ମୁଖୀନ ହେଉଥିବା ସେମାନଙ୍କ ନଜରକୁ ଆସିଥିଲା । ପରିଦର୍ଶନ ସମୟରେ ଜାଣିବାକୁ ପାଇଲେ ଯେ କିଛି ରୋଗୀମାନଙ୍କୁ ସରକାରଙ୍କ ତରଫରୁ ଦିଆଯାଇଥିବା ଚିକତ୍ସା ରାଶି ଚେକ ଦ୍ୱାରା ଦିଆଯାଇଛି । ଫଳରେ ସେମାନେ ତାଙ୍କ ଆକାଉଣ୍ଟରେ ଜମା କରି ପରି ନାହାନ୍ତି। କାରଣ ତାଙ୍କର ଚେକରେ ରହିଛି ଗୋଟିଏ ନାମ ବ୍ୟାଙ୍କରେ ରହିଛି ଅନ୍ୟ ଏକ ନାମ । ଚେକରେ ଥିବା ନାମ ସହିତ ବ୍ୟାଙ୍କ ପାସ ବହିରେ ଥିବା ନାମ ମେଳ ଖାଉ ନ ଥିବାରୁ ଚେକ ବ୍ୟାଙ୍କରେ ଡିପୋଜିଟ ହୋଇ ପାରୁ ନାହିଁ । ଏହି ସମସ୍ୟାକୁ ସମାଧାନ ନିମନ୍ତେ ସଂଯୋଜକ ଶ୍ରୀ ରବି ମହାରଣା ଓ ସହ ସଂଯୋଜକ ଇଂ ଦିପ୍ତୀରେଖା ପଟ୍ଟନାୟକ ବ୍ୟାଙ୍କ ସହିତ ଯୋଗାଯୋଗ କରି ସମସ୍ୟାର ସମାଧାନ ପାଇଁ ପ୍ରୟାସ କରୁଛନ୍ତି ତଥାପି ଏଯାଏଁ ସମାଧାନ ହୋଇ ପାରି ନାହିଁ ବୋଲି ସେମାନେ ଜଣାଇଛନ୍ତି । ଏହି ବିଜେପି ପ୍ରଶିକ୍ଷଣ ସେଲରେ ବିଜେପି କର୍ମୀ ରଜନୀ ଵାଲା ଦାସ, ବବିତା ଜେନା, ଦିବ୍ୟ ଭାରତୀ ଜେନା, ବିଶ୍ୱ ପ୍ରଭା ପୃଷ୍ଟି, ତୁଳସୀ ବିଶୋଇ, ସସ୍ମିତା ପରିଡା, ରଶ୍ମିତା ପଣ୍ଡା ଓ ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ : ରଜତ ମହାପାତ୍ର