

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ନାଭାଲ ଏନସିସି ତରଫରୁ ବାହ୍ୟମଳ ମୁକ୍ତ ଗ୍ରାମ ସୃଷ୍ଟି କରିବା ପାଇଁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭଯାତ୍ରା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ପିଙ୍କିରାଣୀ ଦେଇ ଶୁଭାରମ୍ଭ କରିଥିଲେ । ନାଭାଲ ଏନସିସି ଦାୟିତ୍ୱରେ ନାଭାଲ ସିଟିଓ ମନୋରଞ୍ଜନ ମହାରଣା ଏହାର ନେତୃତ୍ୱ ନେଇଥିଲେ । ଏଥିରେ ନାଭାଲ ଏନସିସିର ୫୦ଜଣ କ୍ୟାଡେଟ ଅଂଶ ଗ୍ରହଣ କରି ମହାବିଦ୍ୟାଳୟର ନିକଟବର୍ତ୍ତୀ ଗ୍ରାମ ଗୁଡିକୁ ବୁଲି ସେଠାରେ ରାସ୍ତା କଡରେ ଝାଡା ନ ଫେରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅନ୍ୟ କର୍ମଚାରୀ ତଥା ସିନିୟର କ୍ୟାଡେଟ ଅମିତ କୁମାର ସାହୁ, ପଦ୍ମା ରେଡ୍ଡୀ ଓ ସୁନୀଲ କୁମାର ଗୌଡ଼ ଆଦି ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

