ବାୟୁ ଫ୍ଲକରେ କଉ ମାଛ ଚାଷ କରି ସ୍ଵାବଲମ୍ବୀ ହେଲେ ସେକସରାଇର ଯୁବକ ମଧୁସୂଦନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ମହମ୍ମଦ ନଗର ପାଟଣା ପଞ୍ଚାୟତର ସେକସରାଇ ଗ୍ରାମର ସଫଳ ଯୁବ ମାଛ ଚାଷୀ ମଧୁସୂଦନ ଭୂୟାଁ ପିତା ନୀତିନ ଭୂୟାଁ ନିଜେ ବାୟୁ ଫ୍ଲକରେ କଉ ମାଛ ଚାଷ କରି ସ୍ଵାବଲମ୍ବୀ ହୋଇଥିବା ଦେଖିବାକୁ ମିଳିଛି । ଘଟଣାରୁ ଜଣାପଡ଼ିଛି, ମଧୁସୂଦନ ପୂର୍ବରୁ ନେଟଓ୍ବାରକିଙ୍ଗ କରି ବାରମ୍ବାର ବିଫଳ ହୋଇ ଭାଙ୍ଗି ପଡ଼ି ଥିଲେ, ତା’ପରେ ପ୍ରଥମେ କାଙ୍କଡ଼ ଚାଷ କରିଥିଲେ । ସେଥିରେ ମଧ୍ୟ ଭଲ ଲାଭ କରି ପାରି ନ ଥିଲେ । ସେ ଜାଣିବାକୁ ପାଇଲେ ବାୟୁ ଫ୍ଲକ କଉ ମାଛ ଚାଷରେ ଅଳ୍ପ ସମୟରେ ଭଲ ଲାଭ ହୋଇ ପାରିବ । ତେଣୁ ଉକ୍ତ ଚାଷ ଦେଖିବା ପାଇଁ ପଶ୍ଚିମବଙ୍ଗ କେତେକ ଅଞ୍ଚଳ ଦେଖି ବାକୁ ଯାଇଥିଲେ ଏବଂ ଘରେ ନିଜେ ନିଜେ ୪ ଟି ପକ୍କା ଟାଙ୍କି ୧୬ ଫୁଟରେ ୧୬ ଫୁଟ କରି ପର୍ଯ୍ୟାୟ କ୍ରମେ ୪ଟି ଟାଙ୍କିରେ କଉ ମାଛ ଚାଷ ତା-୩/୫/୨୦ରିଖରେ ଟାଙ୍କି ଫିଟିଙ୍ଗ କରି ପ୍ରଥମ ଟାଙ୍କି  ତା-୧୫/୫/୨୦ ରିଖରେ ୧୦ ହଜାର କଉ ମାଛ ଚାରା ଛାଡ଼ି ଥିଲେ ଓ ପରେ ପରେ ସେ ୪ଟି ଟାଙ୍କିରେ ଛାଡ଼ି ଥିଲେ । ଏବେ ଗୋଟାଏ କଉ ମାଛର ଓଜନ ୧୦୦ ଗ୍ରାମରୁ ଅଧିକ ହେବ ଓ କେଜି ପ୍ରତି ୨ ଶହ ୫୦ ଟଙ୍କା ଲେଖାଏଁ ବିକ୍ରି କରୁଥିବା ମଧୁସୂଦନ କହିଛନ୍ତି । ୪ ଟି ଟାଙ୍କିରେ ମୋଟ ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଥିବା ବେଳେ ସେ ୪ ମାସରେ ୮ ଲକ୍ଷ ଟଙ୍କା ବିକ୍ରି କରି ୩ ଲକ୍ଷ ଟଙ୍କା ଲାଭ କରିବେ ବୋଲି କହିଛନ୍ତି । ଟାଙ୍କି ଗୋଡ଼ିକ ୨୫ ହଜାର ଲିଟର ପାଣି ରହିବା କ୍ଷମତା ଥିବା ବେଳେ ସେଥିରେ ୨୦ ହଜାର ଲିଟର ପାଣିରେ ମାଛ ଛଡ଼ା ଯାଉଛି । ଗୋଟିଏ ଚାରା ମାଛର ଦାମ ୨ ଟଙ୍କା ୫୦ ପଇସାରେ କିଣି ଗୋଟିଏ କଉ ୧୦୦ ଗ୍ରାମର ମୂଲ୍ୟ ୨୫ ଟଙ୍କା ହେବ ବୋଲି ଜଣା ପଡ଼ିଛି । ସେ କାହିଁକି ଏହି ମାଛ ଚାଷକୁ ଆଦରି ନେଲେ ବୋଲି  ପଚାରିବାରୁ, ସେ କହିଲେ ମୁଁ ନିଜେ ସ୍ଵାବଲମ୍ବୀ ହେବା ସହିତ ଏହି ଲକଡାଉନ ସମୟରେ ବେକାର ଯୁବକ ଯୁବତୀ ମାନଙ୍କୁ ତାଲିମ ଦେଇ ସ୍ଵାବଲମ୍ବୀ କରାଇବି ବୋଲି କହିଛନ୍ତି ମଧୁସୂଦନ । ଏବେ ସେ ଜିଲ୍ଲାରେ ବିଭିନ୍ନ ଅଞ୍ଚଳ ରେ ତାଲିମ ଓ ଚାଷର ସାମଗ୍ରୀ ଯୋଗାଇ ଦେଉଥିବା ପ୍ରକାଶ କରିଛନ୍ତି ।  

ରିପୋର୍ଟ : ଭୂପତି କୁମାର ପରିଡା