

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଉତ୍କଳଆଶ୍ରମ ରୋଡ ସ୍ଥିତ ମା’ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିକଳ୍ପ ସାହିତ୍ୟ ପରିଷଦର ମାଲିକ ସାହିତ୍ୟ ଆସର ଦେବୀପ୍ରଭା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆସରରେ ସଂଯୋଜିକା ଭାବେ ସାହିତ୍ୟିକା ସୁଚେତା ପାଣିଗ୍ରାହୀ ସ୍ୱରଚିତ କବିତା ଗୁଡିକ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା କବିତା ଓ ଗଳ୍ପ ଗୁଡିକର ସମୀକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲଡୁ କିଶୋର ସାହୁ, ଦେବୀପ୍ରଭା ରଥ, ଚିତ୍ତ ରଞ୍ଜନ ପଣ୍ଡା, ଜ୍ୟୋତ୍ସାରାଣୀ ସ୍ୱାଇଁ, ଗରିବ ବନ୍ଧୁ ପରିଡା, ଗୌରଚନ୍ଦ୍ର ଭୂୟାଁ, ସୁଚେତା ପାଣିଗ୍ରାହୀ, ପଦ୍ମିନୀ ମିଶ୍ର, ମନୋଜ କୁମାର ପାଢ଼ୀ, ରମେଶ ଚନ୍ଦ୍ର ସାହୁ, ଲକ୍ଷ୍ମୀ ନାରାୟଣ ପଣ୍ଡା, ଜୟରାମ ମହାରଣା, ମାନସ ଦାସ, ରଥ ବିଶାଳ, ଲିକୁ ଡାକୁଆ ପ୍ରମୁଖ ସ୍ୱରଚିତ କବିତା ଓ ପ୍ରବନ୍ଧ ପାଠ କରିଥିଲେ । ପ୍ରାରମ୍ଭରେ ଜ୍ୟୋତ୍ସାରାଣୀ ସ୍ୱାଇଁ ପ୍ରାରମ୍ବିକ ସଙ୍ଗୀତ ବୋଲି ଥିବାବେଳେ ମାନସ ଦାଶ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା
