ବିଜୁ ଆଇନ ସାମ୍ମୁଖ୍ୟ ଗଠନ : ସଭାପତି ସୁରେଶ ଓ ସାଧାରଣ ସମ୍ପାଦକ ଏଲ. ଗୋପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଗୌରୀ ଶଙ୍କର ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଆଇନଜୀବି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଦଳୀୟ ନିର୍ଦେଶକ୍ରମେ ବିଜୁ ଆଇନ ସାମ୍ମୁଖ୍ୟ ଗଠନ କରାଗଲା l ସର୍ଵ ସମ୍ମତିକ୍ରମେ ବିଜୁ ଆଇନ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ସଭାପତି ଭାବେ ସୁରେଶ କୁମାର ପଣ୍ଡା, ଆବାହକ ଭାବେ ମନୋଜ କୁମାର ପାଢୀ, ମୁଖ୍ୟ ଉପଦେଷ୍ଟା ବିଜୟ କୃଷ୍ଣ ପଟ୍ଟନାୟକ, ଉପଦେଷ୍ଟା ଭାବେ ଅଶୋକ କୁମାର ଚୌଧୁରୀ, ରମେଶ ଚନ୍ଦ୍ର ଚୌଧୁରୀ, ପରମାନନ୍ଦ ମିଶ୍ର, ପ୍ରଦୀପ କୁମାର ପାତ୍ର, ଅରୁଣ କୁମାର ପଣ୍ଡା ଓ ରାମକୃଷ୍ଣ ଦାଶ, ଉପସଭାପତି ଭାବେ ବି. ସୁଦାମ, ଅହି ଭୂଷଣ ସାହୁ, ଭୈରବି କୁମାର ପଟ୍ଟନାୟକ, ସିମାଞ୍ଚଳ ମହାପାତ୍ର ଓ କିଶୋର ଚନ୍ଦ୍ର ସେନାପତି, ସାଧାରଣ ସମ୍ପାଦକ ଭାବେ ଏଲ. ଗୋପାଳ ରାଓ, ସମ୍ପାଦକ ଡ଼ଃ. ରାଜେନ୍ଦ୍ର କୁମାର ଦାଶ, ସୁରେଶ କୁମାର ସେନାପତି, ନିରାକାର ମାଳି, ସୌରୀ ପ୍ରସାଦ ବେହେରା ଓ କୃଷ୍ଣ ଚନ୍ଦ୍ର ବେହେରା, ସୋସିଆଲ ମିଡ଼ିଆର ଦାୟିତ୍ୱ ଥିବା ଡି. ପଦ୍ମନାଭ ପ୍ରଧାନ, ସଞ୍ଜୟ କୁମାର ବେହେରା, ବି. ସୁଧୀର ଓ ସୁମିତ ସାହୁଙ୍କୁ ମନୋନୀତ କରାଯାଇଛି l ଏହାସହ ୨୨ ଜଣିଆ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିଲା l ନୂତନ କର୍ମକର୍ତ୍ତାଙ୍କ ନାମ ବରିଷ୍ଠ ଆଇନଜୀବି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ l ନୂତନ ସଭାପତି ଶ୍ରୀ ପଣ୍ଡା ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିବା ବେଳେ ସାଧାରଣ ସମ୍ପାଦକ ଶ୍ରୀ ରାଓ ଧନ୍ୟବାଦ ଅର୍ପଣ କରିଥିଲେ l 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା