
କଟକ (ସମୃଦ୍ଧ ଓଡିଶା) କଟକ ସଦର ୫ ନମ୍ବର ଜୋନ ବିଜୁ ଜନତା ଦଳ ପକ୍ଷରୁ କାରୋନା ଯୋଦ୍ଧା ଭାବେ ୪୫ ଜଣ ଆଶା କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏଥିରେ କଟକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟ ପରିଷଦ ସଭ୍ୟ ପ୍ରଫୁଲ୍ଲ ସିଂ, ସାଧାରଣ ସମ୍ପାଦକ ପ୍ରଶାନ୍ତ ନାୟକ, ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, ଉପସଭାପତି ଚିତ୍ତରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଝିନୁ ବେହେରା, ସଦର ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ଯୁବ ବିଜେଡ଼ି ସଭାପତି ହିମାଂଶୁ ଦାସ, ସଦର ଆତ୍ମା ସଭାପତି ସମର ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରଜନୀକାନ୍ତ ସାହୁ, ନିମେଇସାପୂର୍ ସରପଞ୍ଚ ତ୍ରିଲୋଚନ ସ୍ୱାଇଁ, ପରମହଂସ ସରପଞ୍ଚ ମୀନତି ବେହେରା, ସମିତି ସଭ୍ୟ ପ୍ରଭାକର ବେହେରା, ବିଧାୟକଙ୍କ ପ୍ରତିନିଧି ଅଖୟ ପରିଡ଼ା ପ୍ରମୁଖ ସାମାଜିକ ଦୁରତ୍ଵ ରକ୍ଷା କରି ଯୋଗ ଦେଇଥିଲେ ।
ରିପୋର୍ଟ : ବିଭୁଦତ୍ତ ରାଉତରାୟ