କୋରାପୁଟ (ସମୃଦ୍ଧ ଓଡିଶା) କୋରାପୁଟ ଜିଲ୍ଲାର କୋରାପୁଟ ସ୍ଥିତ ଡି ଆର ଡି ସଦଭାବନା ଗୃହଠାରେ ବିଜୁ ଜନତା ଦଳର ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଦାୟିତ୍ବରେ ଥିବା ରାଜ୍ୟ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରା ଯୋଗ ଦେଇଥିବା ବେଳେ ଜିଲ୍ଲା ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ କରାଯାଇଥିଲା । ଏହି କାଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ଶ୍ରୀମତୀ ପଦ୍ମୀନୀ ଦିଆନ, କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ପଡାଲ, ଲଷ୍ମୀପୁର ବିଧାୟକ ଶ୍ରୀଯୁକ୍ତ ପ୍ରଭୁ ଜାନୀ, ପଟାଙ୍ଗୀ ବିଧାୟକ ଶୀଯୁକ୍ତ ପ୍ରୀତମ ପାଢୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତୁଳସୀ କିର୍ଷାନୀ, କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଫୁଲ୍ଲ ପାଙ୍ଗି, ପୂର୍ବତନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ବିଧାୟକ ଶ୍ରୀ ଗୁପ୍ତ ପ୍ରସାଦ ଦାଶ, ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଝିନ୍ନ ହିକକା ଦାମ ନାୟକ, ନାରାୟଣ ବିଷୋୟୀଙ୍କ ସହ କୋରାପୁଟ ଜିଲ୍ଲାର ବିଜୁ ଜନତା ଦଳର ସମସ୍ତ ଉପ ସଭାପତି, ସମସ୍ତ ବ୍ଲକ୍ ର ସଭାପତି, ବିଜୁ ଯୁବ, ମହିଳା ଓ ଛାତ୍ର ଜନତା ଦଳର ସମସ୍ତ ସାଙ୍ଗଠନିକ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲା ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ପାଇଁ ମୁବିନ ମୋହମ୍ମଦ, କୋରାପୁଟ ନିର୍ବାଚନ ମଣ୍ଡଳୀ ପାଇଁ ଖାଦର ବେଗ୍, ଲଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ଭିଷ୍ମାଚାର୍ଯ୍ୟ ଚୌଧୁରୀ, ଜୟପୁର ନିର୍ବାଚନ ମଣ୍ଡଳୀ ପାଇଁ ବାଲା ରାୟ ଓ କୋଟପାଡ ନିର୍ବାଚନ ମଣ୍ଡଳୀ ପାଇଁ ବୈକୁଣ୍ଠ ମଣ୍ଡଳଙ୍କୁ ପର୍ଯ୍ୟବେକ୍ଷକ ଭାବେ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଦଳର ସଂଗଠନ ଓ ବିକାଶ ଚିଠା ଏବଂ ସଭ୍ୟ ଗ୍ରହଣ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା ।
ରିପୋର୍ଟ : ଆମ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା