

ପୋଲସରା (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପୋଲସରା ବ୍ଲକ ଅନ୍ତର୍ଗତ ବର୍ତିନି ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ କରାଯାଇଥିଲା । ଏହି ଅବସରରେ ବର୍ତିନି ଗ୍ରାମ ପଞ୍ଚାୟତର ବିପ୍ରଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ୧୦୦ରୁ ଉର୍ଦ୍ଧ ବିଜେପି କର୍ମୀ ଦଳ ତ୍ୟାଗ କରି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ହାତୀ ଓଟ ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରରେ ବହୁ ବିଜେଡି କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ

