ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଏନଏସି କାର୍ଯ୍ୟାଳୟ ପରିସରରେ ଗୁରୁବାର ମଧ୍ୟାହ୍ନରେ ଦିଗପହଣ୍ଡି ଏନଏସି ଯୁବ ବାହିନୀ କ୍ରୀଡା ସାମଗ୍ରୀ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ବାହିନୀ କ୍ଳବ- ଏ ଓ ବିକୁ ରାଜ୍ୟ ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ବିଭାଗ ପକ୍ଷରୁ କ୍ରୀଡା ପ୍ରେମୀଙ୍କୁ ଉତ୍ସାହିତ କରିବା ସକାଶେ ଯୋଗାଣ ହୋଇଥିବା କ୍ରୀଡା ସାମଗ୍ରୀ ସବୁ ବଣ୍ଟନ କରାଯାଇଛି । ଏନଏସି ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡା ପ୍ରେମୀ ମାନଙ୍କୁ କ୍ରୀଡା ଉପକରଣ ବଣ୍ଟନ କରିଥିଲେ । ଦିଗପହଣ୍ଡି ଏନଏସିରେ ମନୋନୀତ ହୋଇଥିବା କ୍ରିକେଟ୍ କ୍ଳବ, ଭଲିବଲ୍ କ୍ଳବ, ବ୍ୟାଡମିଣ୍ଟନ କ୍ଳବ, ଫୁଟବଲ୍ ଟିମ୍ ଆଦିଙ୍କୁ କ୍ରିକେଟ୍, ଭଲିବଲ୍, ବ୍ୟାଡ୍ ମିଣ୍ଟନ, କ୍ୟାରେମ୍ , ଚେସ୍, ଫୁଟବଲ୍ ଆଦି କ୍ରୀଡା ଉପକରଣ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ଯୁବ ବାହିନୀ କ୍ଳବ-ଏ ସଭାପତି ସମୀରକାନ୍ତ ତ୍ରିପାଠୀ, କ୍ଳବ-ବି ସଭାପତି ନୀଳାଞ୍ଚଳ ରଥ, ସମ୍ପାଦକ ଦୂର୍ଗାମାଧବ ସାହୁ, ଜିତୁ ରାଜ କୁମାର, କୋଷାଧକ୍ଷ ମନ୍ମଥ ପାଣିଗ୍ରାହୀ, ରାଜକିଶୋର ମହାନ୍ତି, ଚନ୍ଦନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା