


ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ବିଜୁ ଯୁବ ବାହିନୀ ତରଫରୁ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ପୃଥକ ଭାବରେ ୨ଟି ସ୍ଥାନରେ ଗଞ୍ଜାମ ସ୍ଥିତ ଭାରତୀ ବିଦ୍ୟାପୀଠ ଷ୍ଟାଡିୟମ ଓ ହୁମା ସ୍ଥିତ ସାଲଟ ପଡିଆରେ ଆୟୋଜିତ ଉଦଘାଟନି ମ୍ୟାଚକୁ ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଉଦଘାଟନ କରିଥିଲେ । ଗଞ୍ଜମ ଠାରେ ଯୁବ ବାହିନୀ ସଂଯୋଜକ ଉମା ଶଙ୍କର ଦାଶଙ୍କ ତତ୍ୱାବଧାନରେ ଏହି ଉଦଘାଟନିରେ ପୂର୍ବତନ ବ୍ଲକ ସଂଯୋଜିକ ଟୁନା ମହାରଣା, କାଇଁଚପୁର ଯୁବ ବାହିନୀ ସଭାପତି ମୁରଲୀ ରେଡ୍ଡୀ, ସଂପାଦକ ମାସୁନ ରେଡ୍ଡୀ, ରଜୁପୁର ଯୁବ ବାହିନୀ ସଭାପତି ଚନ୍ଦନ କୁମାର ଗୌଡ଼ ଅଂଶ ଗ୍ରହଣ କରିଥିଲେ । ଏଥରେ ଗଞ୍ଜାମ ଏନଏସି ଓ କଇଁଚପୁର ଟିମ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ କାଇଁଚପୁର ବିଜୟୀ ହୋଇଥିଲା । ୨ୟ ପର୍ଯ୍ୟାରରେ ରାଜପୁର ଓ ଗଞ୍ଜାମ ଏନଏସି (୨) ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବା ସହ ରାଜପୁର ବିଜୟୀ ହୋଇଥିଲା । ସେହିପରି ୨ୟା ଉଦଘାଟନୀ ମ୍ୟାଚକୁ ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଚନ୍ଦ୍ର ମୋହନ ସାହୁ, ଫୁଲବାଣୀ ଡିପିଆରଓ ଗଞ୍ଜାମ ଜିଲ୍ଲା ଛାତ୍ର ବିଜୁ ଜନତା ଦଳ ଉପସଭାପତି ଲିଙ୍ଗରାଜ ମହାପାତ୍ର ଯୋଗ ଦେଇଥିଲେ । ପ୍ରଥମେ ସମସ୍ତ ଟିମକୁ ନେଇ ଦୁଇ ଭାଗରେ ଉଦଘାଟନି ମ୍ୟାଚ ଖେଳିଥିଲେ ପରେ ସାନରମଚନ୍ଦ୍ରପୁର ଓ ସୁଜଳୟା ଟିମ ମଧରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ସାନରାମଚନ୍ଦ୍ରପୁର ବିଜୟୀ ହୋଇଥିଲା ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା



