
ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ବିଜୁ ଯୁବବାହିନୀ ଜଳେଶ୍ୱର ଶାଖା ପକ୍ଷରୁ ବ୍ଲକ ସ୍ତରୀୟ ସବୁଜ ବନାନୀ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ଜଳେଶ୍ୱର ବ୍ଲକ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ, ଅଧ୍ୟକ୍ଷା ସବିତାରାଣୀ ଦଳେଇ, ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ନୋଡାଲ ଅଫତସର ନରହରି ବାରିକ, ସେକ୍ସନ ଅଫିସର ଅଧିର କୁମାର ପ୍ରମାଣିକ, ବ୍ଲକ ସଂଯୋଜକ କାଳିଚରଣ ଦାସ, ପୌରପରିଷଦ ସଂଯୋଜକ ଜଗନ୍ନାଥ ଗୋଚ୍ଛାୟତ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ୩୫ଟି ପଂଚାୟତରେ ଥିବା ବିଜୁ ଯୁବବାହିନୀର ୨୫୫୧ ସଭ୍ୟମାନଙ୍କ ଦ୍ୱାରା ମୋଟ ୫୧୦୨ଟି ବୃକ୍ଷ ରୋପଣ କରାଯିବାପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଏହି ଅବସରରେ ବିଡିଓ ଶ୍ରୀ ସାହୁ ସୂଚନା ଦେଇଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ପଂଚାୟତରେ ବୃକ୍ଷବଂଧୁ ମାଧ୍ୟମରେ ଆସନ୍ତା ୧୫ଦିନ ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ପଂଚାୟତର ସଭାପତି, କୋଷାଧକ୍ଷ୍ୟ ଓ ସଂପାଦକମାନଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜଳେଶ୍ୱର ବ୍ଲକ ସଂଯୋଜକ କାଳିଚରଣ ଦାସ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା