ବିଜୁ ଶ୍ରମିକ ସାମୁଖ୍ୟର ବିଭିନ୍ନ ଶ୍ରମିକ ସଂଗଠନର ସଭ୍ୟମାନଙ୍କ ଯୋଗଦାନ କାର୍ଯ୍ୟକ୍ରମ ….

ବ୍ରହ୍ମପୁର(ସମୃଦ୍ଧ ଓଡିଶା):ବ୍ରହ୍ମପୁର ଜିଲ୍ଲା ବିଯୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟର, ବିଭିନ୍ନ ଶ୍ରମିକ ସଂଗଠନର ସଭ୍ୟମାନଙ୍କ ଯୋଗଦାନ କାର୍ଯ୍ୟକ୍ରମର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଓ ପୋଲସରା ବିଧାୟକ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ଶ୍ରୀକାନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇଏନଟିୟୁସି ସମର୍ଥିତ ଜୟଶ୍ରୀ କେମିକାଲ୍ ୱାର୍କସ ୟୁନିଅନ ଓ ଗୋପାଳପୁର ପୋର୍ଟ କର୍ମଚାରୀ ସଂଘର ସଦସ୍ୟ ଓ ଶ୍ରମିକନେତାମାନେ ବିଜୁ ଶ୍ରମିକ ସାମ୍ମୁଖ୍ୟରେ ଯୋଗଦାନ କରିଥିଲେ । ଶ୍ରମିକନେତା ଦାନିଏଲ୍ ଦାସଙ୍କ ନେତୃତ୍ୱରେ ଏହି ସଦସ୍ୟମାନେ ଯୋଗଦାନ କରିଥିବା ବେଳେ ଶାସକ ବିଜେଡ଼ି ସହ ମିଶି ଜିଲ୍ଲାରେ ଶିଳ୍ପ ପରିବେଶ ସୃଷ୍ଟି ପାଇଁ ଦାନିଏଲ୍ ଦାସ ଆହ୍ୱାନ ଜଣାଇଥିବା ବେଳେ ଶ୍ରମିକଙ୍କ କଲ୍ୟାଣ ପାଇଁ ବିଜେଡ଼ି କାର୍ଯ୍ୟ କରି ଆସୁଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନ, ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ, ବ୍ରହ୍ମପୁର ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ବେହେରା, ବିକ୍ରମ ପଣ୍ଡା, ଅଲେଖ ଚୌଧୁରୀ, ଉମା ନାୟକ, ସଂଘମିତ୍ରା ଦଳେଇ, ମମତା ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:ନିମାଇଁ ଚରଣ ପଣ୍ଡା