
ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲୋପରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରେ ବିଧାୟକ ଅଶ୍ୱିନୀ ପାତ୍ର କାର୍ଡ ବଣ୍ଟନ କାର୍ଯ୍ୟ ଆରମ୍ଭ କରିଛନ୍ତି । ବରଡିହା, ଖୁଣ୍ଟା, ଚମାରଗାଁ, ମଧୁରାନାଥ, ଚାଫଲା, ଲକ୍ଷ୍ମଣନାଥ, କାଦେରାୟାଁ, ରଘୁନାଥପୁର, କୋଟସାହି ଓ ମ୍ୟୁନିସିପାଲଟିର ୯ନଂ ୱାର୍ଡ ମଙ୍ଗଳାତଳା ପ୍ରଭୃତି ସ୍ଥାନ ମାନଙ୍କରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସବିତା ରାଣୀ ଦଳେଇ, ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ବିଡିଓ ଦିପ୍ତିରଂଜନ ସେଠୀ, ଅତିରିକ୍ତ ତହସିଲଦାର ହେମନ୍ତ ନାୟକ, ସମବାୟବିତ୍ ମାନସ ଜେନା, ସୁଧିର କର, ମଧୁସୂଦନ ସେନାପତି, କାଳୀଚରଣ ଦାସ, ଭୂପତି ପରିଡା, ସବିତା ପରିଡା, ଅଜୟ ମହାନ୍ତି, ବିଶ୍ୱନାଥ ଦାସମହାପାତ୍ର, ରାଧାଶ୍ୟାମ ନାଥ, ଉଦ୍ୟତ ଦାସମହାପାତ୍ର, ବିଶବମ୍ବର।ଥ, କିର୍ତ୍ତନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି ପରିଡା