ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବୌଦ୍ଧ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ଏବଂ ବିଜେପି କର୍ମୀ ନବକୁମାର ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ବିଚାରଧାରା, ଜାତୀୟ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଦୃଢ଼ ନେତୃତ୍ୱ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଆଜି କଂଗ୍ରେସ ଭବନରେ ଏକ ମିଶ୍ରଣ ପର୍ବରେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ଏହି ଯୋଗଦାନ ସମାବେଶରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ, ଶ୍ରୀ ମିଶ୍ର ଓ ତାଙ୍କ ସମର୍ଥକଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ, ଶ୍ରୀ ମିଶ୍ର ଓ ତାଙ୍କ ସମର୍ଥକମାନଙ୍କ ଯୋଗଦାନ ଦ୍ୱାରା କଂଗ୍ରେସ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଅଧିକ ଶକ୍ତିଶାଳୀ ହେବା ସହିତ ରାଜ୍ୟରେ ମଧ୍ୟ କଂଗ୍ରେସ ଅଧିକ ଶକ୍ତିଶାଳୀ ହେବ ବୋଲି କହିଥିଲେ । ଏହି ମିଶ୍ରଣ ପର୍ବରେ ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ସୁଧିର ମହାକୁଡ, ସୀମାଂଚଳ ଆଚାର୍ଯ୍ୟ, ବୌଦ୍ଧ ଜିଲ୍ଲା ପ୍ରଦେଶ କଂଗ୍ରେସ ପ୍ରଭାରୀ ଚନ୍ଦ୍ର ଶେଖର ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ସାଧାରଣ ନିର୍ବାଚନରେ ସେମାନେ ମିଳିମିଶି କଂଗ୍ରେସ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ମିଶ୍ର ଏବଂ ତାଙ୍କ ସାଥୀମାନେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ମହାନନ୍ଦ, ବୌଦ୍ଧ ଜିଲ୍ଲା ବିଜୁସେନା ସଭାପତି, ବେଣୁଧର ମେହେର, ପୂର୍ବତନ ସରପଂଚ ବିଜେଡି, କାହ୍ନୁଚରଣ ଖୁରା, ବିଜେଡି ପୂର୍ବତନ ପଂଚାୟତ ସମିତି ସଭ୍ୟ, ପ୍ରମୋଦ କୁମାର ପ୍ରଧାନ, ବୌଦ୍ଧ ବ୍ଲକ ବିଜେଡି ସଭାପତି, ପ୍ରତାପ ପଣ୍ଡା, ପୂର୍ବତନ ପଂଚାୟତ ସମିତି ସଭ୍ୟ, ଯୋଗେଶ୍ୱର ନାୟକ, ଅଭିରାମ ସ୍ୱାଇଁ, ମଦନ ପୃଷ୍ଟି, ନଗର ବିଜୁ ଜନତା ଦଳ ସଭାପତି, ଭରତ ଚନ୍ଦ୍ର ଧଳ, ଅଶେଷ କୁମାର ଦେହୁରୀ, ସନ୍ତୋଷ ପାରୁଆ, ନଗର ବିଜୁ ଜନତା ଦଳ ସଂପାଦକ, ଇନ୍ଦ୍ରମଣି ମେଣ୍ଡେଲି, ଅବନିକାନ୍ତ ପ୍ରଧାନ, ଯୁବ ବିଜେପି ସଭାପତି (ହରଭଙ୍ଗା ବ୍ଲକ), ପରଦେଶୀ ବେହେରା, ସଭାପତି ବିଜେଡି ଲିଗାଲ ସେଲ୍, ଜ୍ୟୋତି ସିହ୍ନା, ଉପଦେଷ୍ଟା, ବିଜେଡି ଲିଗାଲ ସେଲ୍, ସମରେଶ ମିଶ୍ର, ଜିଲ୍ଲା ସଭାପତି ଆପ୍ ପ୍ରମୁଖ ଏହି କାର୍ଯ୍ୟକ୍ରମରେ କଂଗେସ ଦଳରେ ଯୋଗ ଦେଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ମିଡିଆ ବିଭାଗ ପକ୍ଷରୁ ଏକ ପେସ୍ ବିଜ୍ଞପ୍ତିରେ କୁହାଯାଇଛି । ଏହି କାର୍ଯ୍ୟକ୍ରମକୁ ପିସିସି ସଂପାଦକ ଏବଂ ପ୍ରବକ୍ତା ପଦ୍ମାକର ଗୁରୁ ପରିଚାଳନା କରିଥିଲେ ।
ରିପୋର୍ଟ : ଆକାଶ ମିଶ୍ର