ଜଳେଶ୍ଵର/ବସ୍ତା (ସମୃଦ୍ଧ ଓଡିଶା) ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ବିଜେଡି ରାଜ୍ୟ ସଂଗଠନ ତରଫରୁ ରାଜ୍ୟ ସାଧାରଣ ସମ୍ପାଦକ ଶ୍ୟାମା ପ୍ରସାଦ ବେହେରାଙ୍କୁ ପର୍ଯ୍ୟବେକ୍ଷକ ଭାବେ ବାଲେଶ୍ୱର ଜିଲ୍ଲାର ରେମୁଣା, ବାଲେଶ୍ୱର ସଦର, ସୋରୋ ଓ ସିମୁଳିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ଦାୟିତ୍ବ ଦିଆଯାଇଛି । ଭୁବନେଶ୍ୱର ଠାରେ ରାଜ୍ୟ ସଂଗଠନ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଆହ୍ଵାନ ରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ଵର ଜିଲ୍ଲା ପ୍ରଭାରୀ ବିଧାୟକ ପ୍ରତାପ କେଶରୀ, ଜିଲ୍ଲା ସଭାପତି ଇଂ. ରବିନ୍ଦ୍ର କୁମାର ଜେନା ପ୍ରମୁଖ ବହୁ ବରିଷ୍ଠ ନେତୃମଣ୍ତଳି ଉପସ୍ଥିତ ଥିଲେ । ଏହି ଖବର ପ୍ରଚାରିତ ହେବା ପରେ ବିଜେଡି ର ନେତୃମଣ୍ତଳି ଓ କର୍ମୀମାନଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଛି ।
ରିପୋର୍ଟ : ଭୂପତି ପରିଡା