

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ବିଜେଡି ଦଳର ପ୍ରତିଷ୍ଠା ଦିବସରେ ହିଞ୍ଜିଳିକାଟୁର ବିଜେଡି କର୍ମୀ ତଥା ପୂର୍ବତନ କାଉନସିଲର କିରଣ କୁମାର ପଟ୍ଟନାୟକ ସହରରେ ଏକ ରା଼ଲ୍ଲୀକରି ଡାକ୍ତରଖାନାକୁ ଯାଇଥିଲେ । ସେଠାରେ ଥିବା ରୋଗୀମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । କିରଣ ବିଜେଡିରେ ସାମିଲ ହେବା ଠାରୁ ଅର୍ଥାତ ଛାତ୍ର ଜୀବନରୁ ଜଣେ ପରଉପକାରୀ ସମାଜସେବୀ ରୂପେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଜଣେ ଜଣାଶୁଣା ନେତା ହିସାବରେ ପରିଗଣିତ ହୋଇଆସୁଛନ୍ତି । ସେ ଆଜି ଯାଏଁ ଗରିବ ରୋଗୀମାନକୁ ଶହେ ଥର ରକ୍ତଦାନ କରି ନିଜ ଜୀବନକୁ ସେବାରେ ଉତ୍ସର୍ଗ କରି ପାରିଛନ୍ତି । ସେ ମୂଖ୍ୟମନ୍ତ୍ରୀଂକ ଜଣେ ଅନୁଗତ ଥିବାରୁ ତାଙ୍କ ଦଳ ବିଜେଡିର ଆଜି ପ୍ରତିଷ୍ଠା ଦିବସରେ ହିଞ୍ଜିଳିକାଟୁରେ ଲୋକ ସଚେତନ ପାଇଁ ଏକ ଶୋଭାଯାତ୍ରା କରିବା ସହ ଡାକ୍ତରଖାନାକୁ ଯାଇ ରୋଗୀମାନଙ୍କ ଭଲମନ୍ଦ ବୁଝି ରୋଗୀଙ୍କୁ ଖାଦ୍ୟ ଦାନ କରିଥିଲେ । ତାଙ୍କର ଏଭଳି ସେବା ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
