

ଛତ୍ରପୁର (ସମୃଦ୍ଧ ଓଡିଶା) ପ୍ରସିଦ୍ଧ ଶକ୍ତି ପୀଠ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଛତ୍ରପୁର ବ୍ଲକ ବିଜୁ ଜନତା ଦଳ ତରଫରୁ ବନ୍ଧୁ ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକର ପଞ୍ଚାୟତ ରାଜ ସଭ୍ୟ/ସଭ୍ୟାମାନେ ଯୋଗଦେଇ ଥିଲେ । ଛତ୍ରପୁର ବ୍ଲକକୁ (ଜଳ ଜୀବନ ମିଶନ) ଯୋଜନାରେ ମେଗା ପାନୀୟ ଜଳ ପ୍ରକଳ୍ପ ୧୮ଟି ପଞ୍ଚାୟତକୁ ମଞ୍ଜୁର କରିଥିବା ଯୋଗୁଁ ସମସ୍ତ ସଭ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଯୋଗ ଦେଇ ଥିବା ବିଜେଡି ନେତା ଓ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇ ବାକୁ ଆହ୍ୱାନ ଦେଇ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ କଲ୍ୟାଣ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇ ବାକୁ ଉଦ୍ୟମ କରାଯିବ । ଏଭଳି ଉଦ୍ୟମକୁ ଯେଉଁ ନେତା ବିରୋଧ କରିବେ । ସେମାନଙ୍କ ନେତୃତ୍ୱକୁ ଅସହଯୋଗ କରାଯିବ । ବ୍ଲକ କାର୍ଯ୍ୟାଳୟରେ ଉନ୍ନୟନ କାର୍ଯ୍ୟରେ ପଞ୍ଚାୟତ ସଭ୍ୟଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଥିଲା । ଛତ୍ରପୁରରେ କର୍ମୀଙ୍କୁ ଅଣଦେଖା ସମ୍ପର୍କରେ ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବରେ ଜଣାଇ ଦିଆଯାଇଛି । ଆଗାମୀ ଦିନରେ ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅବଗତ କରିବୁ ବୋଲି କହିଛନ୍ତି, ଦଳର ସଂଗଠନକୁ ସୁଦୃଢ କରାଯିବ ବୋଲି ଆଲୋଚନା କରାଯାଇଛି । ଏହି ସମାବେଶରେ ଜିଲ୍ଲା ପରିଷଦ ସଭ୍ୟ ଏସ. କିଶୋର ଚନ୍ଦ୍ର ରେଡି, ପ୍ରମୋଦ ପ୍ରଧାନ, ସରପଞ୍ଚ ଟି.ନରସିଂହ ରେଡି, ସରୋଜିନୀ ମହାରଣା, ଏମ.ଲକ୍ଷ୍ମୀ, ରୁନିତା ବେହେରା, ଶ୍ରୀରାମ ବେହେରା, ବିସିମାଦ୍ରୀ, ସମିତି ସଭ୍ୟ ଅଶୋକ ପାଣିଗ୍ରାହୀ, ଭାଗିରଥି ପ୍ରଧାନ ବାସନ୍ତୀ ଯାନୀ ସୋମନାଥ ବେହେରା, ଏମ.ଗୁମାଳିଙ୍କ ସମେତ ବହୁ ବିଜେଡି ନେତା ଉପସ୍ଥିତ ଥିଲେ । ଯୁବ ନେତା ତଥା ସମିତି ସଭ୍ୟ ଜ୍ୟୋତି ରଞ୍ଜନ ସାହୁ ସଭାପତି ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
