

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ୨୯ ଏବଂ ୩୪ ନମ୍ବର ୱାର୍ଡ ଠାରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ବିଜେଡି ଯୁବ ଓ ଛାତ୍ର କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାନଗର ସଭାପତି ବିଜୟ ଚନ୍ଦ୍ର ସାମଲଙ୍କ ସହ ମହାନଗର ଯୁବ ସଭାପତି ଅଜିତ କୁମାର ପଣ୍ଡା, ମହାନଗର ଛାତ୍ର ସଭାପତି ଶୋବନ କୁମାର ନାୟକ, ନେତାଜୀ ପାତ୍ର, ରବୀନ୍ଦ୍ର ମିଶ୍ର, ଏଙ୍କିଡି ପାତ୍ର, ସାଇ କୁମାର, ଧୀରେସ ସାବତ, ତାପସ ସାହୁ, ଜିତେନ୍ଦ୍ର ସାହୁ, ସୂର୍ଯ୍ୟ କାନ୍ତ ସୁବୁଦ୍ଧି, ଆଦିତ୍ୟ, ଆର କାଶୀ ସମେତ ୱାର୍ଡର ବରିଷ୍ଠ ନେତା ତଥା ପୂର୍ବତନ କର୍ପୋରେଟର ଶ୍ରୀନୁ, ଦିଲୀପ ପଟ୍ଟନାୟକ, ଶ୍ରୀମତୀ ସଂଯୁକ୍ତା ପାତ୍ର, ସିମାଞ୍ଚଳ ପଟନାୟକ, ଯୁବ ନେତା ପ୍ରଣୟ ପଟ୍ଟନାୟକ ଯୋଗ ଦେଇଥିଲେ । ଅଂଚଳର ବିକାଶ କାର୍ଯ୍ୟକ୍ରମରେ ଯୁବ ଓ ଛାତ୍ର ମାନଙ୍କ ଭୂମିକା ଓ ଗୁରୁଦାୟିତ୍ୱ ଉପରେ ଆଲୋଚନା କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

