

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ରାୟଗଡ ବ୍ଳକ ଗଣ୍ଡାହାତୀ ପଞ୍ଚାୟତର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡି ନବୀନ ବାବୁଙ୍କ ନୀତି, ଆଦର୍ଶକୁ ଭଲ ପାଇ ବିଜେଡି ଦଳରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ପଦାଧିକାରୀ, ତଥା ବିଜୁ ମହିଳା ଜନତା ଦଳ ସଭାପତି ପୁର୍ନବାସୀ ନାୟକ, ଜିଲ୍ଲା ମହିଳା ଉପସଭାପତି ସଂଯୁକ୍ତା ବେହେରା, ବରିଷ୍ଠ ବିଜେଡ଼ି ନେତା ବସନ୍ତ ଦାସ ଯୁବ ଜିଲ୍ଲା ସଭାପତି ଏସ ଲିଙ୍ଗରାଜ, ନଗର ସଭାପତି ସୂର୍ଯ୍ୟନାରାୟଣ ରାଜୁଗୁରୁ, ଲାଷ୍ମୀକାନ୍ତ ପରିଛା, ବ୍ଲକ୍ ଚେୟାରମ୍ୟାନ୍, ଜିଲ୍ଲାପରିଷଦ ଉପାଧ୍ୟକ୍ଷ, ବ୍ଲକ୍ ଭିସିପି, ବ୍ଲକ୍ ସଭାପତି, ବହୁତ ବିଜେଡ଼ି କାର୍ଯ୍ୟ କର୍ତ୍ତା ନୂତନ କାର୍ଯ୍ୟ କର୍ତ୍ତାମାନଙ୍କୁ ଦଳୀୟ ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା
