ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତୀୟ ଜନତାପାର୍ଟି ପାକ୍ଷରୁ ଜିଲା ଓ ରାଜ୍ୟର ଅନୁମୋଦନକ୍ରମେ ନିର୍ବାଚନ ମଣ୍ଡଳୀର ରାଜ୍ୟ ପରିଷଦ ସଦସ୍ୟମାନଙ୍କ ନାମ ଘୋଷଣା କରାଯାଇଛି । ଭୁବନେଶ୍ୱରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସମସ୍ତ ନିର୍ବାଚନ ମଣ୍ଡଳୀର ରାଜ୍ୟ ପରିଷଦ ସଦସ୍ୟ ମାନଙ୍କ ନାମ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲା ସଭାପତି ଉମାକାନ୍ତ ମହାପାତ୍ର ଓ ଡିଆର୍ଓ ସୁକାନ୍ତ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଜଳେଶ୍ୱରର ପୂର୍ବତନ ଜିଲାପରିଷଦ ସଦସ୍ୟ ତଥା ଆଇନ୍ଜିବୀ ଶାନ୍ତନୁ ପଟ୍ଟନାୟକଙ୍କୁ ଜଳପକ୍ଷରୁ ମନୋନୀତ କରାଯାଇଥିବା ଜଣାଯାଇଛି । ସେ ଦୀର୍ଘଦିନରୁ ବିଜେପିର ଜଣେ ଟାଣୁଆ ସଦସ୍ୟ, ସରକାରୀ ଓକିଲ, ଜିଲା କମିଟି ସଦସ୍ୟ, ଜିଲା ପରିଷଦ ସଦସ୍ୟ ଓ ଅତୀତରେ ସାଂସଦଙ୍କ ପ୍ରତିନିଧି ଭାବେ କାର୍ଯ୍ୟକରି ସୁକ୍ଷାତି ଅର୍ଜନ କରିଛନ୍ତି । ସେ ମନୋନୀତ ହେବାପରେ ଜଳେଶ୍ୱରରେ ସଂଗଠନକୁ ମଜବୁତ୍ କରି ନିଷ୍ଠାର ସହିତ କାର୍ଯ୍ୟ କରିବେ ବୋଲି ଆଜି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ତାଙ୍କୁ ଏପରି ପଦବୀ ମିଳିଥିବାରୁ ଜିଲା ସଭାପତି ଉମାକାନ୍ତ ମହାପାତ୍ର, କେନ୍ଦ୍ର ମନ୍ତ୍ରୀ ପ୍ରତାପଚନ୍ଦ୍ର ଷଢଙ୍ଗୀ ଓ ରାଜ୍ୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନାଯୋଗ୍ୟ ଭୋଗରାଇରୁ ସୁନୀଲ କୁମାର କର, ବସ୍ତାରୁ ମହେଶ୍ୱର ଜେନା, ବାଲେଶ୍ୱର ସଦରରୁ ସୁଭଙ୍କର ମହାପାତ୍ର, ରେମୁଣାରୁ ଶଶଧର ନାୟକ, ନୀଳଗିରିରୁ ମନୋରଂଜନ ବେହେରା, ସୋରରୁ ମାଧବ ଧଡା ଓ ମହିଳାଙ୍କ ପକ୍ଷରୁ ମନୀଷା ଚିନ୍ମୟୀ ବେହେରା ନାମ ମନୋନୀତ କରାଯାଇଥିବାର ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା