ବିଜେପି ଜିଲ୍ଲା ସଭାପତି ବିଭୁତି ଜେନାଙ୍କ ସାମ୍ବାଦିକ ସମ୍ମିଳନୀ : ବିଜେପି ସଙ୍ଗଠନକୁ ମଜଭୁତ କରିବାକୁ ମନ୍ତ୍ରୀଙ୍କ ଆହ୍ୱାନ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଗତକାଲି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ଏକ ସାମ୍ୱାଦିକ ସମ୍ମିଳନୀ ସ୍ଥାନୀୟ ଗିରିଜା ଛକ ସ୍ଥିତ ହୋଟେଲ୍ ମୟୁରୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ରେଳ ଚଳାଚଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତି ଦର୍ଶନା ଯୋର୍ଦଷ ଯୋଗ ଦେଇ ମୋଦି ସରକାରଙ୍କ ୯ ବର୍ଷ ପୁର୍ତ୍ତି ଅବସରରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ପରେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ବିଜେପି ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଜନ ସମ୍ପର୍କ ଅଭିଯାନ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଆଲୋଚନା ହୋଇଥିଲା । ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ରେଳ ଚଳାଚଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତି ଦର୍ଶନା ଯୋର୍ଦଷ,ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର,ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ବିସ୍ତାରକ ରାମ ପ୍ରସାଦ ନାୟକ, ଜିଲ୍ଲା ଉପସଭାପତି ଡ଼ା.ସୁବାଷ ସାହୁ, ମନୋଜ ପଟ୍ଟନାୟକ, ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି, ବାଳକୃଷ୍ଣ ସାମନ୍ତରା, ସୁଶିଳା ମଲ୍ଲିକ,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରାଜେଶ ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର, ବ୍ରହ୍ମପୁର ଲୋକସଭା କ୍ଷେତ୍ର ସୋସିଆଲ ମିଡ଼ିଆ ସଂଯୋଜକ ଜଗଦୀଶ ପ୍ରଧାନ, ଜିଲ୍ଲା ସ୍ୱାସ୍ଥ୍ୟ ସେଲ୍ ସଂଯୋଜକ ରାଜୀବ କୁମାର ମିଶ୍ର,ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର, ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ସାନ ବଜାର ମଣ୍ଡଳ ସଭାପତି ସରୋଜ ପାତ୍ର, କମାପଲ୍ଲୀ ମଣ୍ଡଳ ସାଧାରଣ ସମ୍ପାଦକ ଗୋବିନ୍ଦ ସାହୁ, କର୍ପୋରେଟର ରଞ୍ଜିତା ବେହେରା,ବର୍ଷା ବିଦ୍ୟୁସ୍ମିତା ପାଳ,ପ୍ରେମଶିଳା ନନ୍ଦ,ପ୍ରଦୀପ ମିଶ୍ର,ବାଙ୍କାନିଧି ସେଠୀ, ଦିପୁନ୍ ପଟ୍ଟନାୟକ, କେ.ଶ୍ରୀନିବାସ ସୁବୁଦ୍ଧି,ଟି.ରବି କିରଣ,ଏସ୍.ଶ୍ରୀନିବାସ ରାଓ,ରବି ନାରାୟଣ ସାବତ,ସୁନିଲ ମହାରଣା,ଯୋଶେଫ କଟନ୍ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସମେତ ବ୍ରହ୍ମପୁର ବିଧାନସଭା ଅନ୍ତର୍ଗତ ପ୍ରତ୍ୟକ ୱାର୍ଡ଼ର ପ୍ରମୁଖ,ସହ ପ୍ରମୁଖ,ପ୍ରଭାରୀ ଆଦି ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ବୈଠକରେ ବୁଥ୍ ସ୍ତରରେ ସଂଗଠନକୁ ମଜବୁତ କରାଯାଇ ଆଗାମୀ ୨୦୨୪ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ପ୍ରତ୍ୟେକ ଘରେ ଘରେ ପହଞ୍ଚାଇବାକୁ ନିଷ୍ପତ୍ତି ହେଇଥିଲା । ମୋଦି ସରକାରଙ୍କ ବହୁମୁଖି ଯୋଜନା ପିଇବା ପାଣି, ବିଜୁଳି, ଗ୍ୟାସ୍, ପାଇଖାନା, ଆବାସ ଯୋଜନା, ଚାଉଳ ଆଦି ଉପରେ ଆଲୋଚନା ହୋଇଥିଲା । କେନ୍ଦ୍ରୀୟ ଯୋଜନା ଗୁଡ଼ିକୁ ରାଜ୍ୟରେ ଶାସନାଧୀନ ବିଜୁ ଜନତା ଦଳ ସରକାର ଫାଇଦା ନେବା ଅପଚେଷ୍ଟାକୁ ନେତା ମାନେ ସମାଲୋଚନା କରିଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଦର୍ଶନା ଯୋର୍ଦଷ ଜିଲ୍ଲାର ମିଡ଼ିଆ ପ୍ରମୁଖ ଏବଂ ସୋସିଆଲ୍ ମିଡ଼ିଆ ପ୍ରମୁଖଙ୍କ ସହ ବୈଠକ ନେଇଥିଲେ । ଏହା ପୂର୍ବରୁ ସକାଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଦର୍ଶନା ଯୋର୍ଦଷ ବ୍ରହ୍ମପୁର ସହରର ବିଜେପିର ପୁରାତନ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ବୈଠକ ଏବଂ ଜଳପାନ ବିଧାୟକ ପ୍ରାର୍ଥୀ କାହ୍ନୁ ଚରଣ ପତିଙ୍କ ଗାନ୍ଧୀନଗର ଛକ ସ୍ଥିତ ବାସଭବନରେ ଅନୁଷ୍ଠିତ ହେଇଥିଲା । ଏଥିରେ ଦଳର ବରିଷ୍ଠ ନେତା ସତୀଶ ପାତ୍ର,କାମନା ପାଢ଼ୀ,ଅହିଂସା ସାହୁ,ବିଷ୍ଣୁ ସୁବୁଦ୍ଧି,ପ୍ରବୀର ପାତ୍ର,ଶିବ ପ୍ରସାଦ ମିଶ୍ର ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ରିପୋର୍ଟ୍ -ରଜତ ପଟ୍ଟନାୟକ ଓ ନିମାଇଁ ଚରଣ ପଣ୍ଡା