






ବ୍ରହ୍ମପୁର(ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରର ପ୍ରସିଦ୍ଧ ମାଁ କାଳୁଆଙ୍କ ଯାତ୍ରା ଗୋସାଣିନୂଆଁଗାଁ ଠାରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶୁକ୍ଲ ପ୍ରତିପଦା ଠାରୁ କୁମାର ପୂର୍ଣିମା ଯାଏଁ ଅନୁଷ୍ଠିତ ହୋଇଯାଇଛି ॥ ବହୁ ଦୁରଦୁରାନ୍ତରୁ ଭକ୍ତଙ୍କ ସମାଗମ ହୋଇଥାଏ ମାଁଙ୍କ ଅପାର କରୁଣା ପ୍ରାପ୍ତ ସକାଶେ ଆଜି ଭାରତୀୟ ଜନତା ପାର୍ଟିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ତଥା ରାଜ୍ୟ ସାଧାରଣ ସଂପାଦକ ଶ୍ରୀଯୁକ୍ତ ଭୃଗୁ ବକ୍ସିପାତ୍ରଙ୍କ ସହିତ ତାଙ୍କର ଶତାଧିକ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଯାତ୍ରାପୀଠରେ ପହଞ୍ଚି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଅଞ୍ଚଳର ସାମଗ୍ରୀକ ବିକାଶ ସକାଶେ ପ୍ରାର୍ଥନା କରିଥିଲେ ,ଅସତ ଉପରେ ସତ୍ୟର ଜୟ ସକାଶେ ପ୍ରାର୍ଥନା କରିଥିଲେ॥ ଏହି କାର୍ଯ୍ୟ କ୍ରମରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ତଥା ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ କାହ୍ନୁଚରଣ ପତି, ଉପସଭାପତି ରାଜେଶ ସାହୁ, ସାଧାରଣ ସଂପାଦକ ରବି ସାହୁଙ୍କ ସମେତ ବହୁ ଜିଲ୍ଲା ପଦାଧିକାରୀ ଉପସ୍ଥିତ ରହି ଥିଲେ॥
ରିପୋର୍ଟ : ଦକ୍ଷିଣାଞ୍ଚଳ ବୁରୋଚିଫ ନିମାଇଁ ଚରଣ ପଣ୍ଡା