

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ମହାନଗର ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ, ବିକାଶ ପୁରୁଷ, ଅଦ୍ୱିତୀୟ ଜନନାୟକ ଶ୍ରଦ୍ଧେୟ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ “୯୬ ତମ ଜନ୍ମ ଜୟନ୍ତୀକୁ “ସୁଶାସନ ଦିବସ” ଭାବେ ଗଞ୍ଜାମ ଜିଲ୍ଲା ଉପ-ସଭାପତି ପ୍ରଭାତ କିରଣ ଷଡଙ୍ଗୀଙ୍କ ନେତୢତ୍ୱରେ ଗୋଷାଣୀନୂଆଗାଁ ଗୁଣ୍ଡିଚା ଛକ ସ୍ଥିତ ମାଁ କାଳୁଆ କଲ୍ୟାଣ ମଣ୍ଡପ ଠାରେ ପାଳନ କରାଯାଇଛି । ଆଜିର ଏହି ପବିତ୍ର ଦିନରେ ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳଜୀଙ୍କ ସ୍ମୁତିଚାରଣ କରି ଭାରତର ୯ କୋଟି କୢଷକଙ୍କୁ ୧୮ ହଜାର କୋଟି ଟଙ୍କା କୢଷକ ସମ୍ମାନନିଧି ଯୋଜନାରେ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ପଠାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ବିଭିନ୍ନ ରାଜ୍ୟର କୢଷକଙ୍କ ସହ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଓଡ଼ିଶା ନୂଆପଡ଼ାର ଚାଷୀଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଆଜିର ଏହି ସ୍ମୁତି ସଭା ଗୋଷାଣୀନୂଆଗାଁ ମଣ୍ଡଳ ସଭାପତି ଡଃ.ନମିତା ରାଣୀ ପଣ୍ଡାଙ୍କ ପୌରହିତରେ ଆରମ୍ଭ ହୋଇ ଗଞ୍ଜାମ ଜିଲ୍ଲାର ବରିଷ୍ଠ ନେତା ଶିଶିର ପାଢ଼ୀ, ସରୋଜ ସାବତ,କାମନା ପାଢ଼ୀ,ପ୍ରବୀର ପାତ୍ର, ସୁନିଲ କୁମାର ସାହୁ, ଗୋପିନାଥ ପଣ୍ଡା ପ୍ରମୁଖ ଦୀପ ପ୍ରଜ୍ୱଳନ କରି ସ୍ୱର୍ଗତ ଅଟଳଜୀଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ଆଦର୍ଶ ରାଜନୈତିକ, କାବିକ୍ୟ, ଦାର୍ଶନିକ ଜୀବନୀ ଚରିତ୍ରର ସ୍ମୁତିଚାରଣ କରିଥିବା ବେଳେ ବ୍ରହ୍ମପୁର ବିଧାନସଭାର ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତି ଉପସ୍ଥିତ ରହି କାର୍ଯକର୍ତ୍ତାଙ୍କ ସହ ଭାରତରତ୍ନ ବାଜପେୟୀଙ୍କ ଜୀବନୀ ଉପରେ ଚର୍ଚ୍ଚା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଦନ ମୋହନ ପାତ୍ର, ବିନାୟକ ରଥ, ମଧୁସୂଦନ ସାହୁ, ବାଳକୢଷ୍ଣ ସାମନ୍ତରା, ମାଗତା ପାତ୍ର, ଶିବ ଶଙ୍କର ଶତପଥି, ମନୋଜ ପାଢ଼ୀ, ରିଙ୍କୁ ସାମଲ, ହେମନ୍ତ କୁମାର ପଣ୍ଡା, କିରଣ କୁମାର ସାହୁ, ପ୍ରଫୁଲ୍ଲ ସାହୁ, ଦେବୀ ପ୍ରଶାଦ ପାଢ଼ୀ, ପ୍ରଦୀପ ମିଶ୍ର, ସୁଶିଳା ମଲ୍ଲିକ, ଭାଗ୍ୟପ୍ରଭା ପଟନାୟକ, ନର୍ମଦା ମଣି ରାଜୁ, ଲକ୍ଷ୍ମୀ ବେହେରା, ରଞ୍ଜିତା ପଟନାୟକ, ପି.ରାମାରାଓ ସୁବୁଦ୍ଧି,ପ୍ରଦୀପ ସାହୁ, ଶ୍ରୀଧର ମିଶ୍ର, ପ୍ରୋମଦ ପଣ୍ଡା, ପି.ସୋମେଶ୍ୱର ରାଓ, ବିନୋଦ ବିହାରୀ ସିଂ, ଟୁଲୁ ମହାରଣା, ଟି.ରବି କିରଣ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରି ସ୍ୱର୍ଗତ ବାଜପେୟୀଙ୍କ ସ୍ମୁତିକୁ ମନେ ପକାଇଥିଲେ । ଶେଷରେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ନେତା ତଥା ଜିଲ୍ଲା ଉପ-ସଭାପତି ସୁନିଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



